ନିଶା ଦେଇ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ। ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
୩ ତାରିଖ ଦିନ ଛାତ୍ରୀ ଜଣଙ୍କ ପୁଅ ସହପାଠୀଙ୍କ ଘରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ସହପାଠୀଙ୍କ ଘରେ କେହି ନଥିଲେ।ପୁଅ ସହପାଠୀ ଜଣଙ୍କ ଘରେ ଏକୁଟିଆ ଥିଲେ। ପରେ ସହପାଠୀ ଜଣଙ୍କ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ଛାତ୍ରୀ ଜଣକ ପିଇ ଦେଇଥିଲେ। ପରେ ଛାତ୍ରୀଙ୍କୁ ନିଶା ହେବା ପରେ ପୁଅ ସହପାଠୀ ଜଣଙ୍କ ଦୁଷ୍କର୍ମ କରିଥିଲେ। ପରେ ନାବାଳକ ନିଜର ୭ ଜଣ ସାଙ୍ଗକୁ ମଧ୍ୟ ଘରକୁ ଡାକିଥିଲେ। ସେମାନେ ମଧ୍ୟ ଛାତ୍ରୀଙ୍କୁ ଦୁଷର୍ମ କରିଥିଲେ।
ଛାତ୍ରୀ ଜଣଙ୍କ ଚେତା ଫେରିବା ପରେ ଘରକୁ ଫେରି ସବୁକଥା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଏନେଇ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ସେମାନଙ୍କ ଡାକ୍ତରୀମାଇନା କରି଼ଥିବା ଜଣାପଡ଼ିଛି ଓ ଏହାସହ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।