Advertisment

ନିଶା ଦେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ୮ ନାବାଳକ ଅଟକ

ଛାତ୍ରୀ ଜଣଙ୍କ ଚେତା ଫେରିବା ପରେ ଘରକୁ ଫେରି ସବୁକଥା ପରିବାର ଲୋକଙ୍କୁ କହିଥିଲେ।

ଅଦ୍ୟତନ ହୋଇଛି
Rape

Rape

Advertisment

ନିଶା ଦେଇ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ। ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

୩ ତାରିଖ ଦିନ ଛାତ୍ରୀ ଜଣଙ୍କ ପୁଅ ସହପାଠୀଙ୍କ ଘରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ସହପାଠୀଙ୍କ ଘରେ କେହି ନଥିଲେ।ପୁଅ ସହପାଠୀ ଜଣଙ୍କ ଘରେ ଏକୁଟିଆ ଥିଲେ। ପରେ ସହପାଠୀ ଜଣଙ୍କ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ଛାତ୍ରୀ ଜଣକ ପିଇ ଦେଇଥିଲେ। ପରେ ଛାତ୍ରୀଙ୍କୁ ନିଶା ହେବା ପରେ ପୁଅ ସହପାଠୀ ଜଣଙ୍କ ଦୁଷ୍କର୍ମ କରିଥିଲେ। ପରେ ନାବାଳକ ନିଜର ୭ ଜଣ ସାଙ୍ଗକୁ ମଧ୍ୟ ଘରକୁ ଡାକିଥିଲେ। ସେମାନେ ମଧ୍ୟ ଛାତ୍ରୀଙ୍କୁ ଦୁଷର୍ମ କରିଥିଲେ।

ଛାତ୍ରୀ ଜଣଙ୍କ ଚେତା ଫେରିବା ପରେ ଘରକୁ ଫେରି ସବୁକଥା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଏନେଇ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ସେମାନଙ୍କ ଡାକ୍ତରୀମାଇନା କରି଼ଥିବା ଜଣାପଡ଼ିଛି ଓ ଏହାସହ  ତଦନ୍ତ ଜାରି ରଖିଛି।

Advertisment
Ganjam Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe