Advertisment

କଲେଜ ଛାତ୍ରଙ୍କ ପେଟରେ ଭୁସିଦେଲେ ଭୁଜାଲି!

ସନ୍ଧ୍ୟା ପୂର୍ବରୁ ବିଶ୍ୱଜିତ କଲେଜରୁ ବାହାରୁଥିଲେ। ଠିକ୍‌ ସେହି ସମୟରେ ଚନ୍ଦନଙ୍କ ସହଯୋଗୀମାନେ ଭୁଜାଲିରେ ବିଶ୍ୱଜିତଙ୍କୁ ଆକ୍ରମଣ କରିଥିଲେ। ବିଶ୍ୱଜିତଙ୍କ ପେଟ୍‌ରେ ଭୁଜାଲି ଭୁସି ଦେଇଥିଲେ! ତା’ପରେ ସେମାନେ ସେଠାରୁ ଚମ୍ପଟ ମାରିଥିଲେ।

Student

Student

Advertisment

+୩ କଲେଜ ଛାତ୍ରଙ୍କ ପେଟରେ ଭୁସିଦେଲେ ଭୁଜାଲି! ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ସାମାନ୍ୟ ପାଟିତୁଣ୍ଡ ଏପରି ବୀଭତ୍ସ ଘଟଣା ଘଟିଥିବା ଜଣାପଡ଼ିଛି। ତେବେ କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ରାଜଧାନୀ ପାଣ୍ଡବ ନଗରରେ ଏକ ପ୍ରାଇଭେଟ୍‌ କଲେଜରେ +୩ ଦ୍ୱିତୀୟ ବର୍ଷରେ ପାଠ ପଢ଼ନ୍ତି ବାଙ୍କୁଆଳ ଅଞ୍ଚଳର ବିଶ୍ୱଜିତ ସ୍ୱାଇଁ। ତାଙ୍କର ସହପାଠୀ ହେଉଛନ୍ତି ଚନ୍ଦନ ପଣ୍ଡା। ଆଜି ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଚନ୍ଦନ ଏ ସମ୍ପର୍କରେ ନିଜର କେତେକ ଅସାମାଜିକ ସାଥୀ(ସାହି ପିଲା)ଙ୍କୁ ସୂଚନା ଦେଇଥିଲେ।

ସନ୍ଧ୍ୟା ପୂର୍ବରୁ ବିଶ୍ୱଜିତ କଲେଜରୁ ବାହାରୁଥିଲେ। ଠିକ୍‌ ସେହି ସମୟରେ ଚନ୍ଦନଙ୍କ ସହଯୋଗୀମାନେ ଭୁଜାଲିରେ ବିଶ୍ୱଜିତଙ୍କୁ ଆକ୍ରମଣ କରିଥିଲେ। ବିଶ୍ୱଜିତଙ୍କ ପେଟ୍‌ରେ ଭୁଜାଲି ଭୁସି ଦେଇଥିଲେ! ତା’ପରେ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ଆକ୍ରମଣରେ ଗୁରୁତର ହୋଇଥିବା ବିଶ୍ୱଜିତଙ୍କୁ ଉଦ୍ଧାର କରାଯାଇ ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

Advertisment

ସେପଟେ ଏନେଇ ଖବର ପାଇ କଲେଜରେ ପହଞ୍ଚିଛି କମିଶନରେଟ୍‌ ପୁଲିସ୍‌। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି ପୁଲିସ୍‌।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe