Advertisment

ଶେଷାଦ୍ରୀଙ୍କୁ କିଏ ମାରିଛି,କଣ୍ଢେଇ ଖୋଲିବ ରହସ୍ୟ !

ଗତକାଲି ଶେଷାଦ୍ରୀଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Toy

Toy

ବଲାଙ୍ଗିର ନିଖିଳନଗରରେ ଯୁକ୍ତ ଦୁଇ ଛାତ୍ରୀ ଶେଷାଦ୍ରୀ ନାଗଙ୍କୁ କିଏ ହତ୍ୟା କରିଛି? ଏହାର ଗୁମର ଖୋଲିପାରେ ମୃତଦେହ ନିକଟରୁ ମିଳିଥିବା କଣ୍ଡେଇ। ଗତକାଲି ଶେଷାଦ୍ରୀଙ୍କ ମୃତଦେହ  ନିକଟରୁ ଏକ କଣ୍ଢେଇ ମିଳିଥିଲା। ପୁଲିସ ଏହି କଣ୍ଢେଇକୁ ଜବତ କରି ଖୋଳତାଡ଼଼ ଆରମ୍ଭ କରିଛି। ସନ୍ଧାନୀ କୁକୁର ମଧ୍ୟ କଣ୍ଢେଇକୁ ଶୁଂଘି ବିଭିନ୍ନ ଜାଗାକୁ ଯାଇଥିବା ଜଣାପଡ଼ିଛି। ବିଭିନ୍ନ ଦିଗରୁ ଖୋଳତାଡ଼ ଜାରି ରହିଥିବା ବେଳେ ହତ୍ୟାକାରୀକୁ ଏହି କଣ୍ଢେଇ ବୋଲି ଧରା ପକାଇପାରେ ବୋଲି ସନ୍ଦେହ କରାଯାଉଛି।

Advertisment

ଗତକାଲି ସକାଳେ ବାପା ମା’ କାମକୁ ଯାଇଥିବା ବେଳେ ଶେଷାଦ୍ରୀ ଘରେ ଏକା ଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଶେଷାଦ୍ରୀଙ୍କୁ ତଣ୍ଟିକାଟି ହତ୍ୟା କରି ଫେରାର ହୋଇଯାଇଥିଲା। ବାପାମା’ ଘରକୁ ଫେରି ଝିଅ ରକ୍ତଜୁଡୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିଥିଲେ। ଝିଅର ମୃତଦେହ ପାଖରୁ ଏକ କଣ୍ଡେଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ ଏହି କଣ୍ଡେଇକୁ ଜବତ କରି ଖୋଳତାଡ଼ ଜାରି ରଖିଛି। ଏହା ସହ ବିଭିନ୍ନ ଦିଗକୁ ନେଇ ଘଟଣା ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

murder                              ପୁଲିସ କଣ୍ଡେଇକୁ ନେଇ ଘଟଣାର ତଦନ୍ତ କରୁଛି        

ଶେଷାଦ୍ରୀଙ୍କୁ କିଏ ଓ କାହିଁକି ହତ୍ୟା କଲା, ହତ୍ୟା ପଛରେ କେଉଁ କାରଣ ଲୁଚି ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଶେଷାଦ୍ରୀଙ୍କ ପରିବାର ଲୋକେ ଝିଅର ହତ୍ୟାକୁ ମୁହଁ ଖୋଲି ନଥିବା ବେଳେ ପୁଲିସ ମଧ୍ୟ ତା’ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖି ନାହିଁ।

Advertisment

କଣ୍ଡେଇ ସମ୍ପର୍କରେ ଶେଷାଦ୍ରୀଙ୍କ ମା’ କହିଛନ୍ତି, ଆମ ଘରେ ଏହି କଣ୍ଡେଇ ନଥିଲା। ଝିଅର ମୃତଦେହ ନିକଟରୁ ଏହି କଣ୍ଡେଇ ମିଳିଥିଲା। 

Odisha Police Balangir