Advertisment

ମୋ’ ଶେଷାଦ୍ରିର ନାଁ ଶେଷ ହୋଇଗଲା ଲୋ’ ମାଆ...

ଆଉ ରକ୍ତ ଜୁଡୁବୁଡୁ ହୋଇ ଚଟାଣରେ ଲୋଟିପଡ଼ିଥିଲେ ଶେଷାଦ୍ରି। ତାଙ୍କ ବେକକୁ ପଛ ପାର୍ଶ୍ୱରୁ ଅତି ବୀଭତ୍ସ ଭାବେ କିଏ କାଟି ଦେଇଥିବା ଦେଖିବାକୁ ପାଇଥିଲେ। ଝିଅର ଏ ଅବସ୍ଥା ଦେଖି ଧର୍ଯ୍ୟ ଧରି ଛିଡା ହୋଇପାରିଲେ ନାହିଁ ମକରଧ୍ୱଜଙ୍କ ପତ୍ନୀ।

Balangir

Balangir

Advertisment

ମୋ’ ଶେଷାଦ୍ରିର ନାଁ ଶେଷ ହୋଇଗଲା ଲୋ’ ମାଆ...। ନିଜ ବଢ଼ିଲା ଝିଅର ମୃତଦେହ ଦେଖି ଛାତି ଭିତର କୋହକୁ ସମ୍ଭାଳି ନପାରି ବାହୁନି ବାହୁନି କାନ୍ଦୁଛନ୍ତି ଜନ୍ମଦାତ୍ରୀ। ଜଣେ ମାଆର ଏ ଛାତିଥରା କାନ୍ଦରେ ସ୍ତବ୍ଦ ହୋଇଯାଇଛି ସମଗ୍ର ପରିବେଶ। କିଏ, କାହିଁକି ଓ କଣ ପାଇଁ ଶେଷାଦ୍ରିଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କଲା? ଏମିତି ନାନା ପ୍ରଶ୍ନ ସେଠି ଉଙ୍କି ମାରୁଥିବା ବେଳେ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ନିଖିଳନଗର ପଡା ମକର୍ଧ୍ଵଜ ନାଗ, ତାଙ୍କ ସ୍ତ୍ରୀ ଓ ପୁଅ ସବୁଦିନ ପରି ଆଜି ସକାଳେ ଭାତ ଖାଇ କାମକୁ ଯାଇଥିଲେ। ଆଉ ଗଲା ବେଳେ ଯୁକ୍ତ ଦୁଇରେ ପଢ଼ୁଥିବା ଝିଅ ଶେଷାଦ୍ରିଙ୍କୁ ମକର୍ଧ୍ଵଜ କହିଯାଇଥିଲେ, ମଧ୍ୟାହ୍ନରେ ଭାତ ରାନ୍ଧି ଦେଇଆସିବା ପାଇଁ। ବାପାଙ୍କ କଥାକୁ ରକ୍ଷା କରି ଶେଷାଦ୍ରି ରୋଷେଇ କରିଥିଲେ।

ସକାଳ ଯାଇ ମଧ୍ୟାହ୍ନ ହେଲା। ହେଲେ ଝିଅ ଖାଇବା ନେଇ ଆସିଲେ ନାହିଁ। ଯେଉଁଥିପାଇଁ ମକର୍ଧ୍ଵଜ, ତାଙ୍କ ପତ୍ନୀ ଓ ପୁଅ ଚିନ୍ତାରେ ପଡ଼ିଗଲେ। କ’ଣ ପାଇଁ ଶେଷାଦ୍ରି ଖାଇବା ନେଇ ଆସିଲେ ନାହିଁ? ଘରେ କିଛି ଅଘଟଣ ଘଟିନି ତ? ଏମିତି ନାନା ସନ୍ଦେହ ତାଙ୍କ ମନକୁ ଆସିଥିଲା। ତେଣୁ କାଳ ବିଳମ୍ୱ ନକରି ପତ୍ନୀଙ୍କ ସହ ମକର୍ଧ୍ଵଜ ଘରକୁ ଧାଇଁ ଆସିଥିଲେ। ସେତେବେଳେ ଘର ଚଟାଣରେ ଲହଡି ମାରୁଥିଲା ରକ୍ତ।

Advertisment

ଆଉ ରକ୍ତ ଜୁଡୁବୁଡୁ ହୋଇ ଚଟାଣରେ ଲୋଟିପଡ଼ିଥିଲେ ଶେଷାଦ୍ରି। ତାଙ୍କ ବେକକୁ ପଛ ପାର୍ଶ୍ୱରୁ ଅତି ବୀଭତ୍ସ ଭାବେ କିଏ କାଟି ଦେଇଥିବା ଦେଖିବାକୁ ପାଇଥିଲେ। ଝିଅର ଏ ଅବସ୍ଥା ଦେଖି ଧର୍ଯ୍ୟ ଧରି ଛିଡା ହୋଇପାରିଲେ ନାହିଁ ମକରଧ୍ୱଜଙ୍କ ପତ୍ନୀ। ଚିତ୍କାର କରି କାନ୍ଦି ପକାଇଲେ। ମକର୍ଧ୍ଵଜଙ୍କ ପତ୍ନୀଙ୍କ ଏ କାନ୍ଦ ଶୁଣି ସେଠାକୁ ଧାଇଁ ଆସିଥିଲେ ସାହିଭାଇ। ଘର ଭିତରେ ମୃତଦେହ ପଡ଼ିଥିବା ଦେଖି ବିସ୍ମିତ ହୋଇଥିଲେ। ଏନେଇ ଟାଉନ୍‌ ଥାନାକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ଘଟନସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। କିଏ ଓ କେଉଁଥିପାଇଁ ଶେଷାଦ୍ରିଙ୍କୁ ହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ପରିବାର ଲୋକେ ଶେଷଦ୍ରିଙ୍କ ଦୁଇଜଣ ଝିଅ ସାଙ୍ଗଙ୍କୁ ସନ୍ଦେହ କରିଛନ୍ତି। ପ୍ରେମ ସମ୍ପର୍କ ପାଇଁ ହତ୍ୟାକାଣ୍ଡ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe