Advertisment

ମାଆ ଆଗରେ ଝିଅକୁ ବିଷ ପିଆଇଦେଲା ପ୍ରେମିକ!

ପରୀ ବିରୋଧ କରିବାରୁ ତାଙ୍କୁ ଜବରଦସ୍ତି ଧରି ବିଷ ପିଆଇ ଦେଇଥିଲେ। ଚିତ୍କାର ଶୁଣି ସେଠାରେ ତାଙ୍କ ମାଆ ପହଞ୍ଚିଥିଲେ। ଝିଅକୁ ବିଷ ପିଆଉଥିବା ଦେଖି ପ୍ରଣୟକୁ ମାଡ଼ ମାରି ପରୀଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ପ୍ରଣୟ ବିଷ କାଚ ଫିଙ୍ଗିଦେଇ ପଳାଇ ଯାଇଥିଲେ।

author-image
Manoranjan Sial
Balangir

Balangir

ମାଆ ଆଗରେ ନାବାଳିକା ଝିଅକୁ ବିଷ ପିଆଇଦେଲା ଏକ ତରଫା ପ୍ରେମିକ! ଆଜି ମଧ୍ୟାହ୍ନରେ ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ପୁଲିସ ଏକ ତରଫା ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଆଗଲପୁର ଥାନା ଅଞ୍ଚଳର ପରୀ(ଛଦ୍ମନାମ) ଚଳିତବର୍ଷ ମାଟ୍ରିକ୍‌ ପାସ୍‌ କରିଥିଲେ। ସେ ଏଥର ଯୁକ୍ତ ଦୁଇରେ ନାଁ ଲେଖାଇଥିଲେ। କିନ୍ତୁ କଲେଜ ଯାଇନଥିଲେ। ଅଭିଯୋଗ ଅନୁସାରେ ତାଙ୍କୁ ଇଂସା ଗାଁର ପ୍ରଣୟ ପଧାନ ଏକ ତରଫା ପ୍ରେମ କରୁଥିଲା। ଯାହାକୁ ନେଇ ପରୀ ଚିନ୍ତିତ ଥିଲେ। ଆଜି ମଧ୍ୟାହ୍ନରେ ପରୀଙ୍କ ଘରକୁ ସେ ଆସିଥିଲା। ସେହି ସମୟରେ ପରୀଙ୍କ ମାଆ ଗାଧୋଇବା ପାଇଁ ଯାଇଥିଲେ। ପରୀଙ୍କୁ ଏକୁଟିଆ ପାଇ ପ୍ରେମ ପୁଣି ଥରେ ନିବେଦନ କରିଥିଲା।

ପରୀ ବିରୋଧ କରିବାରୁ ତାଙ୍କୁ ଜବରଦସ୍ତି ଧରି ବିଷ ପିଆଇ ଦେଇଥିଲେ। ଚିତ୍କାର ଶୁଣି ସେଠାରେ ତାଙ୍କ ମାଆ ପହଞ୍ଚିଥିଲେ। ଝିଅକୁ ବିଷ ପିଆଉଥିବା ଦେଖି ପ୍ରଣୟକୁ ମାଡ଼ ମାରି ପରୀଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ପ୍ରଣୟ ବିଷ କାଚ ଫିଙ୍ଗିଦେଇ ପଳାଇ ଯାଇଥିଲେ। ଅନ୍ୟପକ୍ଷରେ ପରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଲୋଇସିଂହା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ ପରୀଙ୍କ ମୃତ୍ୟୁ ଘଟିଥିଲା। ଏକ ତରଫା ପ୍ରେମରୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏ ନେଇ ପରିବାର ତରଫରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। କିନ୍ତୁ ହସ୍ପିଟାଲ୍‌ ଫାଣ୍ଡି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପ୍ରେମିକ ପ୍ରବରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Crime Love