Advertisment

ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ; ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

୨୦୧୯ ମସିହା ସେପ୍ଟେମ୍ବର ୨ ତାରିଖ ଥିଲା ଗଣେଶ ପୂଜା। ସେହି ଦିନ ନାବାଳକ ଜଣକ ସ୍କୁଲ ଯାଇଥିଲା। ଅଭିଯୁକ୍ତ ଚିନ୍ତାମଣି ତାଙ୍କୁ ଚକୋଲେଟ୍‌ ଓ କୁର୍‌କୁରିର ବାହାନା ଦେଖାଇ ସ୍କୁଲ୍‌ ଗାଧୁଆ ଘରେ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା।

ଅଦ୍ୟତନ ହୋଇଛି
undefined

Judgment

Advertisment

ନାବାଳକ ସହିତ ଅପ୍ରାକୃତିକ ଦୁଷ୍କର୍ମ ମାମଲା। ଏହି ମାମଲାରେ କଟକ ଆଡ଼ହକ ପସ୍କୋ କୋର୍ଟ ଆଜି ଦେଇଛନ୍ତି ଐତିହାସିକ ରାୟ। ଅଭିଯୁକ୍ତ ଚିନ୍ତାମଣି ନାୟକକୁ ଆଇପିସିର ଧାରା ୩୭୭ ଓ ପସ୍କୋ ଆଇନ୍‌ ଧାରା-୬ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ। ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲଦଣ୍ଡ ଭୋଗିବ ଅଭିଯୁକ୍ତ। ଏହାସହ ପୀଡିତଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୧୯ ମସିହା ସେପ୍ଟେମ୍ବର ୨ ତାରିଖ ଥିଲା ଗଣେଶ ପୂଜା। ସେହି ଦିନ ନାବାଳକ ଜଣକ ସ୍କୁଲ ଯାଇଥିଲା। ଅଭିଯୁକ୍ତ ଚିନ୍ତାମଣି ତାଙ୍କୁ ଚକୋଲେଟ୍‌ ଓ କୁର୍‌କୁରିର ବାହାନା ଦେଖାଇ ସ୍କୁଲ୍‌ ଗାଧୁଆ ଘରେ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା। ପୀଡିତ ଆହତ ଅବସ୍ଥାରେ ଘରକୁ ଆସି ମାଆଙ୍କୁ ଜଣାଇଥିଲେ। ଏହା ପରେ ଏନେଇ ମଧୁପାଟଣା ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଚିନ୍ତାମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଘଟଣାର ପ୍ରାୟ ୫ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି। ୧୩ ଜଣ ସାକ୍ଷୀ ଓ ୧୨ଟି ଗୁରୁତ୍ୱପୂର୍ଣ୍ଣ ଦଲିଲ ଆଧାରରେ କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe