Advertisment

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍‌ଆଇ

ଏଏସ୍‌ଆଇଙ୍କ ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା।

ASI

ASI

Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। 

Advertisment

ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସ୍‌ଆଇ ରାମଚନ୍ଦ୍ର ସୋରେନ। ଅଭିଯୁକ୍ତ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। 

ଯୋଜନା ପ୍ରକାରେ ଆଜି ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ଅଭିଯୁକ୍ତଙ୍କଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। 

Advertisment

ସୂଚନାଯୋଗ୍ୟ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ରହ୍ମପୁରରେ ତାଙ୍କର ଏକ ଦୁଇ ମହଲା କୋଠା ଥିବା ବେଳେ ପୋଲସରରେ ତାଙ୍କର ଦୁଇଟି କୋଠା ଅଛି। ତାଙ୍କ ଘରୁ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା ମିଳିଥିବା ବେଳେ ତାଙ୍କର ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ରହିଛି। 

Vigilance Raid Bribe Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe