Advertisment

ପିକ୍‌ଅପ୍‌ ଡାଲା ତଳେ ଥିଲା ସ୍ୱତନ୍ତ୍ର ଚ୍ୟାମ୍ୱର, ସେଥିରୁ ବାହାରିଲା ଗଞ୍ଜେଇ

ପୂଜା ପାଇଁ ବର୍ତ୍ତମାନ ଜାତୀୟ ରାଜପଥରେ ଯାଞ୍ଚ କଡ଼ାକଡ଼ି ହୋଇଛି। ତେଣୁ ଗଞ୍ଜେଇ ମାଫିଆମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ। ପିକ୍‌ଅପ୍‌ ଡାଲା ତଳେ ସ୍ୱତନ୍ତ୍ର ଚ୍ୟାମ୍ୱର କରି ଗଞ୍ଜେଇ ଚାଲାଣ କରୁଥିଲେ।

Baripada

Baripada

Advertisment

ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ। ପିକ୍‌ଅପ୍‌ ଭ୍ୟାନ୍‌ ଡାଲା ତଳେ କରିଥିଲେ ସ୍ୱତନ୍ତ୍ର ଚ୍ୟାମ୍ୱର। ଆଉ ସେହି ଚ୍ୟାମ୍ୱରରେ ଭର୍ତ୍ତି କରିଥିଲେ ବସ୍ତା ବସ୍ତା ଗଞ୍ଜେଇ। ଆଜି ଏମିତି ଏକ ଭ୍ୟାନ୍‌କୁ ମୟୂରଭଞ୍ଜ ପୁଲିସ୍‌ ଓ ଅବକାରୀ ବିଭାଗ ମିଳିତ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ପୂଜା ପାଇଁ ବର୍ତ୍ତମାନ ଜାତୀୟ ରାଜପଥରେ ଯାଞ୍ଚ କଡ଼ାକଡ଼ି ହୋଇଛି। ତେଣୁ ଗଞ୍ଜେଇ ମାଫିଆମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ। ପିକ୍‌ଅପ୍‌ ଡାଲା ତଳେ ସ୍ୱତନ୍ତ୍ର ଚ୍ୟାମ୍ୱର କରି ଗଞ୍ଜେଇ ଚାଲାଣ କରୁଥିଲେ। ଆଉ ପିକ୍‌ଅପ୍‌ ଡାଲାକୁ ଖାଲି ରଖିଥିଲେ। ଯିଏ ଦେଖିବ, ସିଏ ଭାବିକ ଖାଲି ପିକ୍‌ଅପ୍‌ ଭ୍ୟାନ୍‌ ଯାଉଛି। ପିକ୍‌ଅପ୍‌ ଭ୍ୟାନ୍‌ଟି ଜାତୀୟ ରାଜପଥରେ ନଯାଇ ରାଜ୍ୟ ରାଜପଥ ଓ ଗାଉଲୀ ରାସ୍ତାରେ ବରଗଡ଼ରୁ ବାହାରି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଥିଲା। କୋଲକାତା ଯାଇଥାଆନ୍ତା।

ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା ମୟୂରଭଞ୍ଜ ଅବାରୀ ଟିମ୍‌ ଓ ପୁଲିସ୍‌। ଏହା ପରେ ସଦା ପୋଷାକରେ ବାଙ୍ଗିରୀପୋଷି ବମ୍ୱେ ଛକ ଟୋଲ୍‌ ପ୍ଲାଜା ନିକଟରେ ଛପି ରହିଥିଲା। ଠିକ୍‌ ସେହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଟୋଲ୍‌ ପ୍ଲାଜା ଅତିକ୍ରମ କରିଥିଲା। ଉକ୍ତ ଗାଡ଼ିକୁ ପିଛା କରିଥିଲା ପୁଲିସ୍‌। କିଛି ରାସ୍ତା ଅତିକ୍ରମ କରିବା ପରେ ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇଥିଲେ।

Advertisment

ପକ୍‌ଅପ୍‌ ଭ୍ୟାନ୍‌କୁ ଯାଞ୍ଚ କରିବାରୁ ଡାଲା ତଳେ ହୋଇଥିବା ଚ୍ୟାମ୍ୱରରୁ ମିଳିଥିଲା ବସ୍ତା ବସ୍ତା ଗଞ୍ଜେଇ। ଯହାର ଅନାମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ପୁଲିସ୍‌ ଗଞ୍ଜେଇ ଓ ଗାଡ଼ିକୁ ଜବତ କରିଛି। ଏହି ମାମଲାରେ ଗାଡ଼ି ଚାଳକ ସୋନପୁର ଜିଲ୍ଲା ଭାଟପଦା ଥାନା ସୁବଳିଆ ଗାଁର ମଳୟ ରଞ୍ଜନ ମହାକୁଡ଼କୁ ପୁଲିସ୍‌ ଗିରଫ କରିଛି। ଏହି ମାମଲାରେ ଆଉ କାହାର ହାତ ରହିଛି, ତାହା ଉପରେ ତଦନ୍ତ ଚାଲିଛି। ଜେରା ବେଳେ ଜଣାପଡ଼ିଛି ଗଞ୍ଜେଇ ବରଗଡ଼ରୁ କୋଲକାତା ଚାଲାଣ ହେଉଥିଲା।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe