Advertisment

ଶ୍ମଶାନରେ ପ୍ରମାଣ ଖୋଜୁଛି ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌

ବିବାହ ପରେ ଜିତେନ୍ଦ୍ରଙ୍କ ଘରକୁ ବଧୂ ବେଶରେ ଯାଇଥିବା ନାବାଳିକା। ପରିବାର ଲୋକଙ୍କ ସହିତ ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ବେଶ ହସଖୁସିରେ ବିତୁଥିଲା ଦିନ। ବାହାଘରର କିଛି ଦିନ ତଳେ ରୋଜଗାର ଜିତେନ୍ଦ୍ର ରାଜ୍ୟ ବାହାରକୁ ଯାଇଥିଲେ।

Crime

Crime

Advertisment

ଶ୍ମଶାନରେ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌। ନାବାଳିକା ବୋହୂ ମୃତ୍ୟୁ ଘଟଣାରେ ପ୍ରମାଣ ଖୋଜୁଛନ୍ତି। ହାଡ ଓ ପାଉଁଶ ଗୋଟାଉଛି। ଅନ୍ୟପକ୍ଷରେ ପୁଲିସ୍‌ ସ୍ୱାମୀ ଓ ଶ୍ୱଶୁରକୁ ଅଟକ ରଖି ପଚରାଉଚରା କରୁଛି। ଗତ ଶନିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ମହାମାଈ ନଗର ନାବାଳିକା ବୋହୂର ଙ୍କ ମୃତ୍ୟୁ ଘଟିଥିଲା।

Advertisment

ମହାମାଈ ନଗରରେ ରହୁଥିବା ଜିତେନ୍ଦ୍ର ବିଷୋୟୀ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ପରେ ଉଭୟ ଘର ଛାଡ଼ି ରାଜ୍ୟ ବାହାରକୁ ପଳାଇ ଯାଇଥିଲେ। ୩ ମାସ ଧରି ଉଭୟ ଏଠି ସେଠି ଘୂରି ବୁଲୁଥିଲେ। କିଛିଦିନ ତଳେ ଉଭୟ ଘରକୁ ଆସିଥିଲେ। ଉଭୟ ଭୀଷ୍ମଗିରିଠାରୁ କିଛି ଦୂରରେ ଥିବା ବଡ଼ପଦା ମନ୍ଦିରରେ ବିବାହ କରିଥିଲେ। ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କ ସହମତିରେ ଓ ଉପସ୍ଥିତିରେ ବାହାଘର ହୋଇଥିବା ଚର୍ଚ୍ଚା ହେଉଛି।

ବିବାହ ପରେ ଜିତେନ୍ଦ୍ରଙ୍କ ଘରକୁ ବଧୂ ବେଶରେ ଯାଇଥିବା ନାବାଳିକା। ପରିବାର ଲୋକଙ୍କ ସହିତ ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ବେଶ ହସଖୁସିରେ ବିତୁଥିଲା ଦିନ। ବାହାଘରର କିଛି ଦିନ ତଳେ ରୋଜଗାର ଜିତେନ୍ଦ୍ର ରାଜ୍ୟ ବାହାରକୁ ଯାଇଥିଲେ। ତେଣୁ ପରିବାର ଲୋକଙ୍କ ସହିତ ରହୁଥିଲେ ନାବାଳିକା ବୋହୂ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ଠାକ୍‌ ଥିଲା। ହେଲେ ଗତ ଶନିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ କାହାକୁ କିଛି ନକହି ଗାଁ ଶ୍ମଶାନରେ ନାବାଳିକା ବୋହୂଙ୍କ ମୃତଦେହ ପୋଡ଼ି ଦେଇଥିଲେ।

Advertisment

ସନ୍ଦେହ ଜନକ ଭାବେ ନାବାଳିକା ବୋହୂଙ୍କ ମୃତ୍ୟୁ ଓ ତରବର ଭାବେ ଶ୍ମଶାନରେ ମୃତଦେହ ସଂସ୍କାରକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ନାବାଳିକା ବୋହୂଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରିବା ସହିତ ଶ୍ମଶାନରେ ପହଞ୍ଚିଛି ସାଇଣ୍ଟିଫିକ୍‌ ଟିମ୍‌। ଆଉ ମୃତ୍ୟୁର ରହସ୍ୟା ଖୋଜୁଛି। ନାବାଳିକା ବୋହୂଙ୍କ ହାଡ ଓ ପାଉଁଶ ଜବତ କରିଛି। ଅନ୍ୟପକ୍ଷରେ ପୁଲିସ୍‌ ମୃତକଙ୍କ ସ୍ୱାମୀ ଜିତେନ୍ଦ୍ର ଓ ତାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe