Advertisment

ପୁତୁରାଙ୍କ ଦବଙ୍ଗଗିରି; କାକାଙ୍କ ଘର ଉପରେ ଚଢ଼ାଇଦେଲେ JCB

ଜେସିବି ମଡ଼ାଇ ଦବଙ୍ଗ ଷ୍ଟାଇଲରେ କାକାଙ୍କ ଘର ଭାଙ୍ଗି ଦେଇଥିଲା ପୁତୁରା ସୁବ୍ରତ ମହାକୁଡ଼। ଯାହା ଫଳରେ ସୁରେଶଙ୍କ ଘର ଭାଙ୍ଗି ଯାଇଥିଲା।

House

House

Advertisment

ପୁତୁରାଙ୍କ ଦବଙ୍ଗଗିରି। ବିଳମ୍ୱିତ ରାତିରେ କାକାଙ୍କ ଘର ଉପରେ ଚଢ଼ାଇଦେଲେ JCB। ଯାହାଫଳରେ କାକାଙ୍କ ଘର ଭାଙ୍ଗି ଯାଇଛି। କହିବାକୁ ଗଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଘଟିଛି।

Advertisment

ଗତ କିଛି ଦିନ ହେଲା ମୁରିବାହାଲ ଗାଁର ସୁରେଶ ମହାକୁଡ ଓ ତାଙ୍କ ପୁତୁରା ସୁବ୍ରତ ମହାକୁଡ଼ଙ୍କ ଭିତରେ ବିବାଦ ଲାଗି ରହିଥିଲା। ବୁଧବାର ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଜେସିବି ମଡ଼ାଇ ଦବଙ୍ଗ ଷ୍ଟାଇଲରେ କାକାଙ୍କ ଘର ଭାଙ୍ଗି ଦେଇଥିଲା ପୁତୁରା ସୁବ୍ରତ ମହାକୁଡ଼। ଯାହା ଫଳରେ ସୁରେଶଙ୍କ ଘର ଭାଙ୍ଗି ଯାଇଥିଲା। ଏଥିସହ ଘରେ ଥିବା ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ କାକାଙ୍କ ପରିବାର ଲୋକେ।

ସୁରେଶ ମହାକୁନ ଏନେଇ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁବ୍ରତଙ୍କ ମାଆ ବନିତା ମହାକୁର, ସୁବ୍ରତଙ୍କ ସାଙ୍ଗ ପ୍ରକାଶ ବଘାର ଓ ଜେସିବି ଡ୍ରାଇଭର ପଙ୍ଗନିଆ ଗାଁର ଲିଙ୍ଗରାଜ ହଂସ। ଏଥିସହ ପୁଲିସ୍‌ ଜେସିବିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଫେରାର ହୋଇଯାଇଛି ଦବଙ୍ଗ ପୁତୁରା ସୁବ୍ରତ ମହାକୁର। ତାଙ୍କୁ ଶୀଘ୍ର ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେପଟେ ଏନେଇ ମୁରିବାହାଲ ଥାନା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe