Crime
ଡକାୟତି ଯୋଜନା କରୁଥିବା ବେଳେ ଚଢ଼ଉ କରିଥିଲା ପୁଲିସ୍। ଆଉ ପୁଲିସ୍କୁ ଦେଖି ଫାୟାରିଂ କରିଥିଲେ ଡକାୟତି ଗ୍ୟାଙ୍ଗ। ତା’ପରେ ଚମ୍ପଟ ମାରିଥିଲେ ଡକାୟତ। ତେବେ ପୁଲିସ୍ ଗୋଡ଼ାଇ ଗୋଡ଼ାଇ ସେମାନଙ୍କ ଭିତରୁ ୩ ଜଣଙ୍କୁ ଧରିଥିଲେ। ଏପରି ଖବର ଢେଙ୍କାନାଳ ଜିଲ୍ଲାରୁ ଆସିଛି।
ଶୁକ୍ରବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଜିରିଡାମାଳି ଗାଁ ନିକଟସ୍ଥ ସୁଧାକର ତଇଲା ଜଙ୍ଗଲରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ ବସି ଲୁଟ୍ ପାଇଁ ରଣନୀତି କରୁଥିଲେ। ସେହି ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ୍ର ନଜର ସେମାନଙ୍କ ଉପରେ ପଡ଼ିଥିଲା। ପୁଲିସ୍ ଏସ୍ଆଇ ସୌମ୍ୟରଞ୍ଜନ ମହାନ୍ତିଙ୍କ ନେତୃତ୍ୱ ଏକ ଟିମ୍ ସେହି ଜଙ୍ଗଲରେ ଚଢ଼ଉ କରିଥିଲା।
ଚଢ଼ଉ ସମୟରେ ପୁଲିସ୍ ଉପରେ ୪ ରାଉଣ୍ଡ ଫାୟାରିଂ କରିଥିଲେ ଡକୟତି ଗ୍ୟାଙ୍ଗ। ପରେ ଡକୟତମାନେ ପଳାଇଯାଇଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ ଧରିଥିଲା। ସେମାନଙ୍କଠାରୁ ୨ଟି ସ୍କୁଟି, ଗୋଟିଏ ବାଇକ୍, ୫ଟି ହାତ ତିଆରି ଅଫୁଟା ବୋମା, ଗୋଟିଏ ଖଣ୍ଡା ଓ ଭୁଜାଲି ଜବତ କରିଛି ପୁଲିସ୍। ଗିରଫ ଅଭିଯୁକ୍ତମାନେ ହେଲେ କାମାକ୍ଷାନଗର ଥାନା ବାଲିଚତୁରୀ ଗାଁର ରଜନୀକାନ୍ତ ମଲ୍ଲିକ ଓ ରଞ୍ଜିତ ମଲ୍ଲିକ ଏବଂ ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳର ରାକେଶ ପାତ୍ର। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Crime_1711201839.jpeg)