Advertisment

ଦ୍ରୁତ ଗତିରେ ପଳାଉଥିଲେ, ପିଛା କରି ମାଡ଼ି ବସିଲା ପୁଲିସ୍‌

ସୋମବାର ସଂଧ୍ୟାରେ ବୌଦ୍ଧ ମନମୁଣ୍ଡାରୁ ସୋନପୁର ଅଭିମୁଖେ ଯାଉଥିଲା ଏକ ହୁଣ୍ଡାଇ କାର। ସେହି କାର୍‌କୁ ପାଟ୍ରୋଲିଂ ଟିମ୍‌ କରୁଥିବା ପୁଲିସ୍‌ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର କାର୍‌ଟି ଦ୍ରୁତ ଗତିରେ ପଳାଉଥିଲା।

Crime

Crime

Advertisment

ସେନାର ଲୋଗୋ କାର୍‌ ଦ୍ରୁତ ଗତିରେ ପଳାଉଥିଲା। ପିଛା କରି ମାଡ଼ି ବସିଲା ପୁଲିସ୍‌। କାର ଭିତାରୁ ୩ ଜଣଙ୍କୁ ଗିରଫ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।

Advertisment

ସୋମବାର ସଂଧ୍ୟାରେ ବୌଦ୍ଧ ମନମୁଣ୍ଡାରୁ ସୋନପୁର ଅଭିମୁଖେ ଯାଉଥିଲା ଏକ ହୁଣ୍ଡାଇ କାର। ସେହି କାର୍‌କୁ ପାଟ୍ରୋଲିଂ ଟିମ୍‌ କରୁଥିବା ପୁଲିସ୍‌ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର କାର୍‌ଟି ଦ୍ରୁତ ଗତିରେ ପଳାଉଥିଲା। ଏହା ପରେ ପୁଲିସ୍‌ ଉକ୍ତ କାର୍‌କୁ ପିଛା କରି ମହାନଦୀ ବ୍ରିଜ୍‌ ନିକଟରେ ଅଟକାଇଥିଲା। କାର୍‌ ଭିତରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ କରିଥିବା ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ବରେଲି ଅଞ୍ଚଳର ଅଙ୍କୁର ଦିବାକର, ମୋହିତ କୁମାର ଓ ଅବଦେଶ କୁମାର ଯାଦବ। ପୁଲିସ୍‌ ଗାଡିରୁ ୨ ଦେଶୀ ପିସ୍ତଲ, ୫ଟି ମୋବାଇଲ୍‌, ୧୭ ଜୀବନ୍ତ ଗୁଳି ଓ ଗୋଟିଏ ମେଗାଜିନ ଜବତ କରିଥିଲା।

ପୁଲିସ୍‌ ଜବତ କରିଥିବା କାର ଆଗ ଓ ପଛରେ ଭାରତୀୟ ସେନା ବାହିନୀର ଲୋଗୋ ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ଗାଡ଼ିଟି କୌଣସି ସେନା ଅଧିକାରୀଙ୍କ ଗାଡ଼ି ହୋଇଥିବା ପୁଲିସ ସନ୍ଦେହ କରୁଛି। ଏହି ଗାଡିଟିକୁ କାହିଁକି ଓ କେଉଁ ପରିସ୍ଥିତିରେ ଅପରାଧୀମାନେ ବ୍ୟବହାର କରୁଥିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Crime Story Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe