Advertisment

SCBରୁ ପୁଣି ୩ ଦଲାଲଙ୍କୁ ଧରିଲା ପୁଲିସ୍‌

ଏସ୍‌ସିବି ମେଡିକାଲ୍‌ର ଟ୍ରମା କେୟାର୍‌ ପାଖରେ ସେକ୍‌ ରୌଫୁର ଅହମ୍ମନ, ହିମାଂଶୁ ଶେଖର ପଣ୍ଡା ଓ ସରୋଜ ଭୋଇ ଛିଡ଼ା ହୋଇଥିଲ। ଠିକ୍‌ ସେହି ସମୟରେ ଦୁର୍ଗମ ଅଞ୍ଚଳର ରୋଗୀ ବେଶରେ ସେଠାରେ ପହଞ୍ଚିଥିଲେ ପୁଲିସ୍‌ କର୍ମଚାରୀ।

author-image
Manoranjan Sial
undefined

SCB

ଦଲାଲ ମୁକ୍ତ ହେବ କଟକ ବଡ଼ ମେଡ଼ିକାଲ୍‌। ସେଥିପାଇଁ କମିଶନରେଟ୍‌ ପୁଲିସ୍‌ ଛଦ୍ମବେଶରେ ମେଡ଼ିକାଲରେ ଚଢ଼ଉ କରିଛି। ଯେଉଁଥିପାଇଁ ପୁଲିସ୍‌ ଆଜି ୩ ଦଲାଲଙ୍କୁ ଧରିବାରେ ସଫଳ ହୋଇଛି। ପୂର୍ବରୁ ୫ ଜଣ ଦଲାଲଙ୍କୁ ଧରିଥିଲା କଟକ କମିଶରେଟ୍‌ ପୁଲିସ୍‌।

Advertisment

ଏସ୍‌ସିବି ମେଡିକାଲ୍‌ର ଟ୍ରମା କେୟାର୍‌ ପାଖରେ ସେକ୍‌ ରୌଫୁର ଅହମ୍ମନ, ହିମାଂଶୁ ଶେଖର ପଣ୍ଡା ଓ ସରୋଜ ଭୋଇ ଛିଡ଼ା ହୋଇଥିଲ। ଠିକ୍‌ ସେହି ସମୟରେ ଦୁର୍ଗମ ଅଞ୍ଚଳର ରୋଗୀ ବେଶରେ ସେଠାରେ ପହଞ୍ଚିଥିଲେ ପୁଲିସ୍‌ କର୍ମଚାରୀ। ସେମାନଙ୍କୁ ଦେଖି ୩ ଅଭିଯୁକ୍ତ ଘେରି ଯାଇଥିଲେ। ଆଉ ପ୍ରାଇଭେଟ୍‌ ମେଡ଼ିକାଲ୍‌କୁ ଯିବା ପାଇଁ ପ୍ରବର୍ତ୍ତାଇ ଥିଲେ। ଏଥିପାଇଁ ଡିଲ୍‌ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ସେହି ସମୟରେ ସଦା ପୋଷାକରେ ଥିବା କମିଶରେଟ୍‌ ପୁଲିସ୍‌ ସେମାନଙ୍କୁ ମାଡ଼ି ବସିଥିଲା। ପୁଲିସ୍‌ ସେକ୍‌ ରୌଫୁର ଅହମ୍ମନ, ହିମାଂଶୁ ଶେଖର ପଣ୍ଡା ଓ ସରୋଜ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ନିୟମିତ ଭାବେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ବାହାନା କରି ବାହାରେ ଚିକିତ୍ସା କରାଇବା ପାଇଁ ପ୍ରବର୍ତ୍ତାଉଥିବା ପୁଲିସ୍‌ କହିଛି। ଏହି ପ୍ରକ୍ରିୟା ଆଗକୁ ଚାଲିବ ବୋଲି ଆସିନାଲ୍‌ ଡିସିପି ଅନୀଲ୍‌ ମିଶ୍ର କହିଛନ୍ତି।

ପୂର୍ବରୁ ଏସ୍‌ସିବିରୁ ୫ ଜଣ ଦଲାଲ ଗିରଫ ହୋଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଏସ୍‌ସିବି ମେଡିକାଲ୍‌କୁ ଦଲାଲ ମୁକ୍ତ କରାଯିବ। ସେଥିପାଇଁ ଡିସିପିଙ୍କ ନିର୍ଦ୍ଦେଶରେ ନିୟମିତ ଚଢ଼ଉ କରାଯାଉଛି। ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ।

Advertisment
Cuttack Scb Medical