Advertisment

୩ ଲୁଟେରା ଗିରଫ; ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ଗତ ୧୯ ତାରିଖ ସନ୍ଧ୍ୟା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନ୍‌ହଲ୍‌ ସମ୍ମୁଖରୁ ଏକ ବିବାହ ଉତ୍ସବରୁ ଜଣେ ମହିଳାଙ୍କଠାରୁ ଦୁଇ ଜଣ ଯୁବକ ପଲସରରେ ଆସି ସୁନା ଚେନ୍‌ ଲୁଟି ନେଇଯାଥିଲେ। ଏନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା କୁଚିଣ୍ଡା ଥାନା ପୁଲିସ୍‌।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ମହିଳାଙ୍କ ବେକରୁ ଝାମ୍ପି ନେଇଥିଲେ ସୁନା ଚେନ୍‌। ୩ ଦିନ ପରେ ୩ ଲୁଟେରାଙ୍କୁ ଧରିବା ସହିତ ପିସ୍ତଲ ଓ ଗୁଳି ଜବତ କରିଛି ପୁଲିସ୍‌। ସମ୍ୱଲପୁର ପୁଲିସ୍‌କୁ ମିଳିଛି ଏହି ସଫଳତା।

Advertisment

ଗତ ୧୯ ତାରିଖ ସନ୍ଧ୍ୟା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନ୍‌ହଲ୍‌ ସମ୍ମୁଖରୁ ଏକ ବିବାହ ଉତ୍ସବରୁ ଜଣେ ମହିଳାଙ୍କଠାରୁ ଦୁଇ ଜଣ ଯୁବକ ପଲସରରେ ଆସି ସୁନା ଚେନ୍‌ ଲୁଟି ନେଇଯାଥିଲେ। ଏ ନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା କୁଚିଣ୍ଡା ଥାନା ପୁଲିସ୍‌। ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଆଜି ଏହି ମାମଲାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଲୁଟ୍‌ ଅଭିଯୋଗରେ ୩ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଧରି କୋର୍ଟ ଚଳାଣ କରିଛି ପୁଲିସ୍‌।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡା ଜିଲ୍ଲା ଅନୁଆପଡାର ଉମେଶ ଚନ୍ଦ୍ର ସାହୁ ଓରଫ ମୁତୁରା, ଯାଜପୁର ଜିଲ୍ଲା ମୁଶାଟିକିରିର ଅଜିତ କୁମାର କର ଓ ଲୁଟ୍‌ରେ ସହଯୋଗ କରୁଥିବା ମହୁଲପାଲି ଥାନା ବୁରୋଡିହିର ସଞ୍ଜିତ କୁମାର ପଟେଲ। ସେମାନଙ୍କଠାରୁ ପୁଲିସ୍‌ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି, କଳା ପଲସର ବାଇକ, ଗୋଟିଏ ମୋବାଇଲ ଫୋନ ପ୍ରମୁଖ ଜବତ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ ଗିରଫ ଅଭିଯୁକ୍ତ ଉମେଶ କୁମାର ସାହୁ ନାଁରେ ୨୬ଟି ମାମଲା ବିଭିନ୍ନ ଥାନାରେ ରହିଥିବା ବେଳେ ଅଜିତ କୁମାର କର ନାଁରେ ରହିଛି ୨୨ଟି ଅପରାଧୀକ ମାମଲା। ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କୁଚିଣ୍ଡା ପୁଲିସ। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା। ଲୁଟେରାମାନେ କୁଚିଣ୍ଡାର ଏକ ସୁନା ଦୋକାନରୁ ଲୁଟ ପାଇଁ ଯୋଜନା କରିଥିବା ଏସଡିଓ କହିଛନ୍ତି।

ରିପୋର୍ଟ- କୋଚିଣ୍ଡାରୁ ଦେବେନ୍ଦ୍ର ବେହେରା

Sambalpur Crime