Advertisment

RTO ଅଫିସ୍‌ କ୍ୟାମ୍ପସରୁ ୪ ଦଲାଲଙ୍କୁ ବାନ୍ଧିଲା ପୁଲିସ୍‌

ଆଜି ପୁଲିସ୍‌ ଟିମ୍‌ ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ପରିସରରେ ଚଢ଼ଉ କରିଥିଲା। ସେହି ସମୟରେ ୪ ଜଣ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ୍‌।

author-image
Manoranjan Sial
RTO

RTO

ଆଞ୍ଚଳିକ ପରିବହନ କାର୍ଯ୍ୟଳୟରୁ ୪ ଜଣ ଦଲାଲଙ୍କୁ ବାନ୍ଧିଲା ପୁଲିସ୍‌। ସେମାନଙ୍କଠାରୁ ଡିଏଲ୍‌, ଆର୍‌ସି ବୁକ୍‌ ପ୍ରମୁଖ ଜବତ କରିଛି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଦର୍ଶ ଥାନା ଅଞ୍ଚଳରୁ ଆସିଛି।

Advertisment

ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟଳୟ(RTO) ଅଫିସ୍‌ରେ ଦଲାଲଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଜନସାଧାରଣ ଆସିଲା କ୍ଷଣି, ସେମାନଙ୍କ କବଜାରେ ପଡ଼ିଯାଉଛନ୍ତି। ନାନା ହଇରାଣ ହରକତ ହେଉଛନ୍ତି। ଏନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଛତ୍ରପୁର ଆଦର୍ଶ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ ଗଞ୍ଜାମ SP ଜଗମୋହନ ମୀନା।

ଆଜି ପୁଲିସ୍‌ ଟିମ୍‌ ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ପରିସରରେ ଚଢ଼ଉ କରିଥିଲା। ସେହି ସମୟରେ ୪ ଜଣ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ୍‌। ତାଙ୍କ ନିକଟରୁ ୧୨ଟି DL, ୦୭ଟିRC, ୮ଟି LL, ଗାଡ଼ି ସଂକ୍ରାନ୍ତୀୟ ଆର୍ଥିକ ନେଣଦେଣ କାରବାର ନଥିପତ୍ର, ୪ଟି ମୋବାଇଲ ଓ ୪ଟି ବାଇକ୍ ଜବତ କରିଥିଲା ପୁଲିସ୍‌। ଏହି ସଂକ୍ରାନ୍ତରେ ଛତ୍ରପୁର ଥାନାରେ ୭୬୪/୨୦୨୩ ମାମଲା ରୁଜୁ କରିବା ସହ ୪୨୦, ୩୪ IPC ମକଦ୍ଦମା ରୁଜୁ ହୋଇଛି।

Advertisment

ରିପୋର୍ଟ- ଖଲିକୋଟରୁ ଶିଲୁ ବିଶ୍ୱାଳ

Ganjam Crime RTO