/odisha-reporter/media/post_attachments/uploadimage/library/16_9/16_9_0/Attack_1717125630.jpg)
Attack
ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି।
Advertisment
ଗତକାଲି ଅଭିଳାଷ ପଣ୍ଡା ପ୍ରଚାର ସାରି ସହ ୪୦ରୁ ୫୦ ଜଣ କର୍ମୀଙ୍କ ସହ ଫେରୁଥିଲେ। ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ଅଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏନେଇ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ ଅଭିଳାଷ।
ଏହି ଘଟଣାର ପ୍ରତିବାଦରେ ବିଜେପି କର୍ମୀ ଓ ସମର୍ଥକମାନେ ଖପୁରିଆ ଛକରେ ରାସ୍ତାରୋକ କରିଥିଲେ। ପୁଲିସ ଏହି ଘଟଣାରେ ୫ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାଯାଇଛି। ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
Advertisment
ଆକ୍ରମଣ ପଛରେ ସ୍ଥାନୀୟ ବିଧାୟକ (ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ)ଙ୍କ ହାତ ଥିବା ଭଳି ମନେ ହେଉଛି ବୋଲି ଅଭିଳାଷ ପଣ୍ଡା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
