Advertisment

‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଲୁଟି ଧରାପଡ଼ିଲେ ଠକ

ପୁଲିସ୍‌ ବେଣାମୁଣ୍ଡା ଓ ରାଇସୁଆଁ ମୋ’ ସେବା କେନ୍ଦ୍ରରେ ତଦନ୍ତ କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା। ଏହି ଦୁଇ ମୋ ସେବାର କର୍ମଚାରୀଙ୍କୁ ଜେରା ବେଳେ ସେମାନେ ସବୁ ସତକଥା କହିପକାଇଥିଲେ।

Subhadra

Subhadra

Advertisment

‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟି ଥିଲେ। ଏହି ଲୁଟ୍‌ର ଜଣେ ଠକକୁ ବାନ୍ଧିଛି କେନ୍ଦୁଝର ପୁଲିସ୍‌। ହେଲେ ମାଷ୍ଟରମାଇଁଣ୍ଡ ପାଖରେ ପହଞ୍ଚି ପାରିନି। ଗିରଫ ଅଭିଯୁକ୍ତଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ ଚଳାଇଛି।

Advertisment

ଗତ ୪ ତାରିଖରେ ତେଲକୋଇ ଥାନା ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ରରେ ସୁଭଦ୍ରା ହିତାଧିକାରୀମାନେ ଆଧାର ସହିତ ମୋବାଇଲ ନମ୍ୱର ଲିଙ୍କ କରୁଥିବା ବେଳେ ସେମାନଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ୍‌ ହୋଇଯାଇଥିଲା। ପ୍ରାୟ ୨୦ରୁ ୨୫ ମହିଳା ଏହି ଠକାମୀରେ ଶିକାର ହୋଇଥିଲେ। ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ପାଇଁ କେନ୍ଦୁଝର ଏସ୍‌ପି ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ସାଇବର ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ବେଣାମୁଣ୍ଡା ଓ ରାଇସୁଆଁ ମୋ’ ସେବା କେନ୍ଦ୍ରରେ ତଦନ୍ତ କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା। ଏହି ଦୁଇ ମୋ ସେବାର କର୍ମଚାରୀଙ୍କୁ ଜେରା ବେଳେ ସେମାନେ ସବୁ ସତକଥା କହିପକାଇଥିଲେ। ସେମାନଙ୍କ ତଥ୍ୟ ଆଧାରରେ ପୁଲିସ୍‌ ନୟାକୋଟ ଥାନା କଲଣ୍ଡା ଗାଁର ରାମ ମୁଣ୍ଡାଙ୍କୁ ଉଠାଇ ଆଣିଥିଲା। ଘନଘନ ଜେରା ବେଳେ ସବୁ କଥା କହି ପକାଇଥିଲେ। ଆଜି ପୁଲିସ୍‌ ତାଙ୍କୁ ଗିରଫ କୋର୍ଟ ଚାଲାଣ କରିଛି। ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ଥରେ ରିମାଣ୍ଡରେ ଆଣିବ ବୋଲି ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ ସାଇବର ଠକଙ୍କ ଲିଙ୍କରେ ଥିଲେ ରାମ ମୁଣ୍ଡା। ତାଙ୍କୁ ସାଇବର ଠକମାନେ ଗୋଟିଏ ଲିଙ୍କ ଦେଇଥିଲେ। ସିଏ ସେହି ଲିଙ୍କକୁ ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ରର କର୍ମଚାରୀଙ୍କୁ ଦେଇଥିଲେ। ଏଥିପାଇଁ ସେମାନଙ୍କୁ ଜଣକା ୩୦ ଟଙ୍କା ଲେଖାଏଁ ମିଳିବ ବୋଲି କୁହାଯାଇଥିଲା। ତେଣୁ ସେହି ଦୁଇ ସେବା କେନ୍ଦ୍ର କର୍ମଚାରୀମାନେ ସୁଭଦ୍ରା ଫର୍ମ ପୂରଣ କରିବା ବାହାନାରେ ରାମ ମୁଣ୍ଡା ଦେଇଥିବା ଲିଙ୍ଗରେ କ୍ଲିକ୍‌ କରି ଆଧାର ସଂଯୋଗ କରିଥିଲେ। ଯେଉଁଥିପାଇଁ ସୁଭଦ୍ରା ଆବେଦନ କରିବାକୁ ଆସିଥିବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇଥିଲା। ଏହି ଗ୍ୟାଙ୍ଗରେ ଅନେକ ସାଇବର ଅପରାଧୀଙ୍କ ସମ୍ପୃକ୍ତି ଥିବା ପୁଲିସ୍‌ ଜାଣିବାକୁ ପାଇଛି। ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସ୍‌ ତଦନ୍ତ ଚଳାଇଛି।

ସେପଟେ ଶୁଣିବାକୁ ମିଳୁଛି ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ର ପାଖରେ ଆଧାର ଲିଙ୍କ ପାଇଁ କୌଣସି ଅନୁମତି ନାହିଁ। କିନ୍ତୁ ସେମାନେ କୁଆଡ଼େ ବେଆଇନ୍‌ ଭାବେ ମୋ ସେବା କେନ୍ଦ୍ର ଖୋଲି ଆଧାର ଲିଙ୍କ ଓ ସୁଭଦ୍ରା ଫର୍ମ ପୂରଣ କରୁଥିଲେ। ସେମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe