Advertisment

ଖୁଡିଙ୍କୁ ଦୁଷ୍କର୍ମ କରି ବନ୍ଧାହେଲା ପୁତୁରା!

ଗତ ୮ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ମୀରା(ଛଦ୍ମନାମ) ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ସମ୍ପର୍କୀୟ ପୁତୁରା ବାଲା ପଧାନ ଘର ଭିତରେ ପଶି ଥିଲେ। ଆଉ ଖୁଡ଼ିଙ୍କୁ ଘର ପଛ ପାଖକୁ ଟେକି ନେଇଥିଲେ।

 Rape

Rape

Advertisment

ଖୁଡି-ପୁତୁରା ସମ୍ପର୍କରେ ଲାଗିଲା କଳଙ୍କ। ଘରେ ଏକାକୀ ପାଇ ଖୁଡିଙ୍କୁ ପୁତୁରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗତ ୮ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ମୀରା(ଛଦ୍ମନାମ) ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ସମ୍ପର୍କୀୟ ପୁତୁରା ବାଲା ପଧାନ ଘର ଭିତରେ ପଶି ଥିଲେ। ଆଉ ଖୁଡ଼ିଙ୍କୁ ଘର ପଛ ପାଖକୁ ଟେକି ନେଇଥିଲେ। ଅନିଚ୍ଛା ସତ୍ତ୍ୱେ ବାଲା ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ବାଲା ସେଠାରୁ ପଳାଇ ଯାଇଥିଲା।

ପୀଡ଼ିତା ଏ ସମ୍ପର୍କରେ ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ଶନିବାର ସନ୍ଧ୍ୟାରେ ପୀଡ଼ିତାଙ୍କ ପରିବାର ଲୋକ ଏନେଇ କଙ୍କଡାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହ କାମାକ୍ଷାନଗର ମେଡିକାଲରେ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଛି ପୁଲିସ୍‌।

Advertisment

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Crime Rape Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe