Advertisment

ଏସ୍‌ଏଚ୍‌ଜି ମହିଳାଙ୍କୁ ମାଗୁଥିଲେ ଲାଞ୍ଚ, ବାନ୍ଧିଲା ପୁଲିସ୍‌

ଅଭିଯୋଗ ଅନୁସାରେ CMMU ମ୍ୟାନେଜର ମନୋରଂଜନ ପାଣିଗ୍ରାହୀ କୁଆଡେ ପ୍ରଥମ ପର୍ଯ୍ୟାୟରେ ୩୪ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ପରେ ଆଉ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ନେଇ ଏସ୍‌ଏଚ୍‌ଜି ମହିଳାମାନେ ମ୍ୟୁନିସିପାଲଟି ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ।

Baripada

Baripada

Advertisment

ଆହାର କେନ୍ଦ୍ରକୁ ଯୋଗାଉଥିଲେ ନିମ୍ନମାନର ଖାଦ୍ୟ। ହେଲେ ସେହି ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରିବା ପରିବର୍ତ୍ତେ ରିନୁଆଲ୍‌ ପାଇଁ ଲାଞ୍ଚ ନେଉଥିଲେ ବାରିପଦା ମ୍ୟୁନିସିପାଲଟିର ସିଟି ମିଶନ୍ ମ୍ୟାନେଜମେଣ୍ଟ ୟୁନିଟ୍‌ (CMMU)ର ମ୍ୟାନେଜର ମନୋରଂଜନ ପାଣିଗ୍ରାହୀ। ଏନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ବାରିପଦା ଟାଉନ୍‌ରେ ଗୋଟିଏ ଆହର କେନ୍ଦ୍ରକୁ ଖାଦ୍ୟ ଯୋଗାଇବା ପାଇଁ ରଘୁରାଜପୁର ସ୍ଥିତ ମାଆ ସନ୍ତୋଷୀ ସ୍ୱୟଂସହାୟକ ଗୋଷ୍ଠୀର(ଏସ୍‌ଏଚ୍‌ଜି) ମହିଳାମାନେ ମ୍ୟୁନିସିପାଲଟି ତରଫରୁ କାର୍ଯ୍ୟାଦେଶ ପାଇଥିଲା। ପରବର୍ତ୍ତୀ ସମୟରେ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିଲେ। ହେଲେ ସେହି ନିମ୍ନ ମାନର ଖାଦ୍ୟ ଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଉକ୍ତ ଏସ୍‌ଏଚ୍‌ଜିକୁ କଳା ତାଲିକାଭୁକ୍ତ କରିବାକୁ ମ୍ୟୁନିସିପାଲଟି CMMUର ମ୍ୟାନେଜର ମନୋରଂଜନ ପାଣିଗ୍ରାହୀ ଧମକ ଦେଇଥିଲେ। ହେଲେ କଳା ତାଲିକାଭୁକ୍ତ କରିନଥିଲେ। ପରିବର୍ତ୍ତି ସମୟରେ ଉକ୍ତ ଏସ୍‌ଏଚ୍‌ଜିର ୱାର୍କ ଅର୍ଡର୍ ରିନୁଆଲ୍‌ କରିବା ପାଇଁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁସାରେ CMMU ମ୍ୟାନେଜର ମନୋରଂଜନ ପାଣିଗ୍ରାହୀ କୁଆଡେ ପ୍ରଥମ ପର୍ଯ୍ୟାୟରେ ୩୪ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ପରେ ଆଉ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ନେଇ ଏସ୍‌ଏଚ୍‌ଜି ମହିଳାମାନେ ମ୍ୟୁନିସିପାଲଟି ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ମ୍ୟାନେଜର ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ମ୍ୟୁନିସିପାଲଟି ଅଫିସର ଭଞ୍ଜପୁର ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ଏହା ପରେ ପୁଲିସ ମନୋରଂଜନ ପାଣିଗ୍ରାହୀଙ୍କ ଅଫିସ୍‌ରେ ଚଢ଼ଉ କରି ତାଙ୍କୁ ଗିରଫ କରିଛି।

Advertisment

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe