Advertisment

ଭଉଣୀ ଘରୁ କ୍ୱାକଙ୍କୁ ଉଠାଇ ଆଣିଲା ପୁଲିସ୍‌

ସୂଚନା ପାଇ ଶିବଙ୍କ ଘରେ ପହଞ୍ଚିଥିଲେ ପ୍ରମୋଦ କୁମାର ମହାକୁର। ତାଙ୍କ ଗୋଡ଼କୁ ଡ୍ରେସିଂ କରିବା ସହିତ ଗୋଟିଏ ଇଞ୍ଜେକ୍‌ସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ନେବା ପରେ ସଂଜ୍ଞା ହରାଇଥିଲେ ଶିବ ମହାନନ୍ଦ।

author-image
Manoranjan Sial
ଅଦ୍ୟତନ ହୋଇଛି
Balangir

Balangir

ଭୁଲ ଇଞ୍ଜେକ୍‌ସନ୍‌ ନେଇଥିଲା ଜୀବନ! ଆଜି ଏହି ଅଭିଯୋଗରେ ଗିରଫ ହୋଇଛନ୍ତି କ୍ୱାକ। ତାଙ୍କୁ ତାଙ୍କ ଭଉଣୀ ଘରୁ ଉଠାଇ ଆଣିଛି ପୁଲିସ୍‌। ପଚରା ଉଚରା ବେଳେ ମେଡ଼ିକାଲ୍‌ ପଢ଼ିବାର କୌଣସି ଦେଖାଇପାରିଲେ ନାହିଁ କ୍ୱାକ। ତେଣୁ ତାଙ୍କୁ ବାନ୍ଦିଛି ବଲାଙ୍ଗିର ପୁଲିସ୍‌।

Advertisment

ମୁରିବାହାଲ ଥାନା ଚନାବାହାଲ ଗାଁର ଶିବ ମହାନନ୍ଦ ରବିବାର ସକାଳେ ଟାଙ୍ଗିଆରେ କାଠ ଦୁଇ ଫାଳ କରୁଥିଲେ। ଅସାବଧାନତା ଯୋଗୁ ତାଙ୍କ ଗୋଡ଼ରେ ଟାଙ୍ଗିଆ ବାଜିଥିଲା। ଯେଉଁଥିପାଇଁ ପ୍ରଚୁର ରକ୍ତଶ୍ରାବ ହୋଇଥିଲା। ପରିବାର ଲୋକ କ୍ୱାକ(ନକଲି ଡାକ୍ତର) ପ୍ରମୋଦ କୁମାର ମହାକୁରଙ୍କୁ ଯୋଗାଯୋଗ କରିଥିଲେ।

ସୂଚନା ପାଇ ଶିବଙ୍କ ଘରେ ପହଞ୍ଚିଥିଲେ ପ୍ରମୋଦ କୁମାର ମହାକୁର। ତାଙ୍କ ଗୋଡ଼କୁ ଡ୍ରେସିଂ କରିବା ସହିତ ଗୋଟିଏ ଇଞ୍ଜେକ୍‌ସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ନେବା ପରେ ସଂଜ୍ଞା ହରାଇଥିଲେ ଶିବ ମହାନନ୍ଦ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଇଞ୍ଜେକ୍‌ସନ୍‌ ନେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଥିଲା।

Advertisment

ସେପଟେ ଗିରଫ ଭୟରେ କ୍ୱାକ୍‌ ପ୍ରମୋଦ ମହାକୁର ସଇଁନ୍ତଲା ସ୍ଥିତ ନିଜ ଭଉଣୀ ଘରକୁ ପଳାଇ ଯାଇଥିଲେ। ସେଠାରେ ଆତ୍ମଗୋପନ କରିଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ ତାଙ୍କୁ ଆଜି ଉଠାଇ ଆଣିଛି। ଥାନାରେ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ଜେରା ବେଳେ ତାଙ୍କ ପାଖରେ ମେଡ଼ିକାଲ୍‌ ପଢ଼ିବାର କୌଣସି ପ୍ରମାଣ ନଥିବା ଦେଖିବା ଦେଖିବାକୁ ମିଳିଛି ବୋଲି ପୁଲିସ୍‌ କହିଛି।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime