Advertisment

ଲେବର ଅଫିସର କହି ଟଙ୍କା ଆଦାୟ କରୁଥିଲେ ଯୁବକ

ନିଜକୁ ଲେବର ଅଫିସର ବୋଲି ନିଜର ପରିଚୟ ଦେଉଥିଲେ ଦିବାକର ବଚ୍ଛା। ସେ ନିୟମିତ ସଇଁତଳା ଥାନା ଅଞ୍ଚଳର ବିଭିନ୍ନ ଗାଁକୁ ଯାଉଥିଲେ। ଆଉ ଲେବର କାର୍ଡ କରାଇ ଦେବାକୁ କହି ଲୋକଙ୍କଠାରୁ ୧୦୦୦ ବା ୨୦୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ।

Fake Labour officer

Fake Labour officer

Advertisment

ନିଜକୁ ଲେବର ଅଫିସରର ପରିଚୟ ଦେଉଥିଲେ। ଆଉ ଲେବର କାର୍ଡ କରାଇ ଦେବାକୁ କହି କାହାଠାରୁ ୧୦୦୦ ଟଙ୍କା ତ ଆଉ କାହାପାଖାରୁ ୨୦୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ପରବର୍ତ୍ତୀ ସମୟରେ ଲୋକଙ୍କୁ ନକଲି ଲେବର କାର୍ଡ ଦେଉଥିଲେ। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରେ ଘଟିଛି।

Advertisment

ନିଜକୁ ଲେବର ଅଫିସର ବୋଲି ନିଜର ପରିଚୟ ଦେଉଥିଲେ ଦିବାକର ବଚ୍ଛା। ସେ ନିୟମିତ ସଇଁତଳା ଥାନା ଅଞ୍ଚଳର ବିଭିନ୍ନ ଗାଁକୁ ଯାଉଥିଲେ। ଆଉ ଲେବର କାର୍ଡ କରାଇ ଦେବାକୁ କହି ଲୋକଙ୍କଠାରୁ ୧୦୦୦ ବା ୨୦୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ପଇସା ପାଇବା ପରେ ଶ୍ରୀ ବଚ୍ଛା ନିଜ ରୁମ୍‌କୁ ଫେରି ଯାଉଥିଲେ। ଆଉ କମ୍ପ୍ୟୁଟରରେ ଅସଲୀ ପରି ଦେଖାଯାଉଥିବା ନକଲି ଲେବର କାର୍ଡର ଡିଜାଇ କରୁଥିଲେ। ତା’ପରେ ରଙ୍ଗୀନ ପ୍ରିଣ୍ଟିଂ ମେସିନ୍‌ରେ ନକଲି ଲେବର କାର୍ଡ ତିଆରି କରୁଥିଲେ। ସମୟ ସୁବିଧା ଦେଖି ସେହି ଲେବର କାର୍ଡକୁ ଲୋକଙ୍କୁ ଦେଉଥିଲେ।

ନୂଆ ଲେବର କାର୍ଡ ପାଇବା ପରେ ହିତାଧିକାରୀମାନେ ଆବେଦନ କରିବାକୁ ଯାଇଥିଲେ। ସେହି ସମୟରେ କମ୍ପ୍ୟୁଟରରେ କିଛି ତଥ୍ୟ ଦେଖାଦେଇନଥିଲା। ଯେଉଁଥିପାଇଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଶୁକ୍ରବାର ଶ୍ରୀ ବଚ୍ଛା ବୁଢ଼ାବାହାଲ ଗାଁକୁ ଆସିଥିଲେ। ସେହି ସମୟରେ ଗାଁ ଲୋକେ ତାଙ୍କୁ ଘେରି ଯାଇଥିଲେ। ଆଉ ନାନା ପ୍ରଶ୍ନ ପଚାରି ଥିଲେ। ହେଲେ ସେ ଲୋକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। ତେଣୁ ଗାଁ ଲୋକମାନେ ତାଙ୍କୁ କାବୁ କରି ଅଟକ ରଖିଥିଲେ। ଏନେଇ ଥାନାକୁ ଖବର ଦେଇଥିଲେ।

Advertisment

ପୁଲିସ ଗାଁରେ ପହଞ୍ଚି ନକଲି ଲେବର ଅଫିସର ଶ୍ରୀ ବଚ୍ଛାଙ୍କୁ ଉଦ୍ଧାର କରିଥିଲା। ଆଜି ତାଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ପୁଲିସ ତାଙ୍କଠାରୁ ନକଲି ଆଧାର କାର୍ଡ, ନକଲି ଶ୍ରମ କାର୍ଡ ଜବତ କରିଛି।

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe