କାମ ଦେଲାଣି ଚାଲ୍। ଫସର ଫାଟିଗଲା ସବୁ ଚାଲ୍କି। ଲୁଟିବାକୁ ଆସି ଧରାପଡ଼ି ଗଲେ ନକଲି ପୁଲିସ। ପରେ ଲୋକେ ନକଲି ପୁଲିସକୁ ଅସଲି ପୁଲିସ ଜିମାରେ ଦେଲେ। ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଜୟପୁର ସହରରେ ।
ନକଲି ପୁଲିସ ଜଣକ ହେଲେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ନାଥ। ଭଗବାନ ପୁଲିସ ଡ୍ରେସ ପିନ୍ଧି ଜୟପୁର ସହରର ସୌରା ସାହି ଓ ତେଲି ସାହିର ଘରକୁ ଘର ବୁଲି ଜାନୁଆରୀ ୨୬ ପାଇଁ ୧୦୦୦ ଟଙ୍କା ଲେଖାଏଁ ଚାନ୍ଦା ମାଗୁଥିଲେ। ଲୋକେ ମଧ୍ୟ ତାଙ୍କୁ ପୁଲିସ ଭାବି ପଇସା ଦେଇ ଦେଉଥିଲେ।
ଏନେଇ ଜୟପୁର ସହରର ଜଣେ ଯୁବ ସାମ୍ବାଦିକ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ନକଲି ପୁଲିସକୁ ପଚରାଉଚରା କରିଥିଲେ। ପରେ ଯୁବ ସାମ୍ବାଦିକ ଓ ଲୋକେମାନେ ନକଲି ପୁଲିସକୁ ଅସଲି ପୁଲିସ ଜିମାରେ ଦେଇଥିଲେ। ପୁଲିସ ନକଲି ପୁଲିସକୁ ଗିରଫ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସହିହେଲାନି ପୁଅବୋହୂଙ୍କ ନିର୍ଯାତନା; ଗୁହାଳରେ ଝୁଲି ପଡ଼ିଲେ ବୃଦ୍ଧ
ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ୍ ନୋଟ ଜବତ କରିଛି। ଯେଉଁଥିରେ ବୃଦ୍ଧ ଲେଖିଛନ୍ତି ଅନେକ କଥା।
Crime
ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜୀବନ; ରାତିରେ ଘରେ ବୁଲିଲା କଳାକନା
ବିଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।