Advertisment

କାମ ଦେଲାଣି ଚାଲ୍‌କି; ନକଲି ପୁଲିସକୁ ଧରି ପକାଇଲେ ଲୋକେ

ନକଲି ପୁଲିସ ଜଣକ ହେଲେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ନାଥ।

Fake police

Fake police

Advertisment

କାମ ଦେଲାଣି ଚାଲ୍‌। ଫସର ଫାଟିଗଲା ସବୁ ଚାଲ୍‌କି। ଲୁଟିବାକୁ ଆସି ଧରାପଡ଼ି ଗଲେ ନକଲି ପୁଲିସ। ପରେ ଲୋକେ ନକଲି ପୁଲିସକୁ ଅସଲି ପୁଲିସ ଜିମାରେ ଦେଲେ। ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଜୟପୁର ସହରରେ ।

Advertisment

ନକଲି ପୁଲିସ ଜଣକ ହେଲେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ନାଥ।  ଭଗବାନ ପୁଲିସ ଡ୍ରେସ ପିନ୍ଧି ଜୟପୁର ସହରର ସୌରା ସାହି ଓ ତେଲି ସାହିର  ଘରକୁ ଘର ବୁଲି ଜାନୁଆରୀ ୨୬ ପାଇଁ ୧୦୦୦ ଟଙ୍କା ଲେଖାଏଁ ଚାନ୍ଦା ମାଗୁଥିଲେ। ଲୋକେ ମଧ୍ୟ ତାଙ୍କୁ ପୁଲିସ ଭାବି ପଇସା ଦେଇ ଦେଉଥିଲେ।

ଏନେଇ ଜୟପୁର ସହରର ଜଣେ ଯୁବ ସାମ୍ବାଦିକ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ନକଲି ପୁଲିସକୁ ପଚରାଉଚରା କରିଥିଲେ। ପରେ ଯୁବ ସାମ୍ବାଦିକ ଓ ଲୋକେମାନେ ନକଲି ପୁଲିସକୁ ଅସଲି ପୁଲିସ ଜିମାରେ ଦେଇଥିଲେ। ପୁଲିସ ନକଲି ପୁଲିସକୁ ଗିରଫ କରିଛି।

Advertisment
Karoput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe