Advertisment

କଳା ଶିକ୍ଷକଙ୍କ କାରନାମା, ଛାତ୍ରୀଙ୍କଠାରୁ ଝାମ୍ପି ନେଲେ ବ୍ୟାଗ

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ବାଇକ୍‌ ନମ୍ୱରକୁ ଆଧାରରେ ପୁଲିସ୍‌ ଦୁଇ ଲୁଟେରାଙ୍କ ପାଖରେ ପହଞ୍ଚିଥିଲା। ଗତ ୧ ତାରିଖରେ ପୁଲିସ୍‌ ନୂଆହାଟ ଗାଁର କଳା ଶିକ୍ଷକ ଉତ୍ତମ ଦାସ ଓ ରାଜନ ସିଂକୁ ଗିରଫ କରିଥିଲା।

Loot

Loot

Advertisment

କଳା ଶିକ୍ଷକଙ୍କ କାରନାମା। ସାଥୀ ସହ ମିଶି କଲେଜ ଛାତ୍ରୀଙ୍କଠାରୁ ଝାମ୍ପି ନେଲେ ବ୍ୟାଗ। ଏବେ ଧରାପଡ଼ି ଜେଲ୍‌ ଗଲେ। କଳା ଶିକ୍ଷକଙ୍କ ଏପରି କଳାକାରନାମା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ।

Advertisment

କେଶନଗର ଗାଁର ଅଭିସ୍ମିତା(ଛଦ୍ମନାମ) ଗତ ୩୧ ତାରିଖରେ କଲେଜ ଯାଇଥିଲେ। ମଧ୍ୟାହ୍ନରେ କ୍ଲାସ୍‌ ସାରି ଘରକୁ ଫେରୁଥିଲେ। ତେବେ କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ଗାଁ ନିକଟରେ ଚାନ୍ଦବାଲି ଅଞ୍ଚଳରେ ଏକ ହାଇସ୍କୁଲର କଳା ଶିକ୍ଷକ ଉତ୍ତମ ଦାସ ଓ ତାଙ୍କ ସାଥୀ ରାଜନ ସିଂ ବାଇକ୍‌ରେ ଆସି ଛାତ୍ରୀଙ୍କ ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଅଭିସ୍ମିତା ଏନେଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ବାଇକ୍‌ ନମ୍ୱରକୁ ଆଧାରରେ ପୁଲିସ୍‌ ଦୁଇ ଲୁଟେରାଙ୍କ ପାଖରେ ପହଞ୍ଚିଥିଲା। ଗତ ୧ ତାରିଖରେ ପୁଲିସ୍‌ ନୂଆହାଟ ଗାଁର କଳା ଶିକ୍ଷକ ଉତ୍ତମ ଦାସ ଓ ରାଜନ ସିଂକୁ ଗିରଫ କରିଥିଲା। ବୁଧବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ଲୁଟ୍‌ ହୋଇଥିବା ମୋବାଇଲ, ବ୍ୟାଗ, ଟଙ୍କା ଓ ଚୋରିରେ ବ୍ୟବହୃତ ହୋଇଥିବା ବାଇକକୁ ପୁଲିସ ଜବତ କରିଛି।

Advertisment

ରିପୋର୍ଟ- ଆଳିରୁ ବନମାଳୀ ସାହୁ

Loot Crime Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe