Advertisment

ନିଜକୁ କୃଷିମନ୍ତ୍ରୀଙ୍କ ପିଏ କହି ୪୬ ହଜାର ଲୁଟିଥିଲା କିନ୍ନର; ବନ୍ଧା ହେଲା

ଗତ ସେପ୍ଟେମ୍ବର ୭ ତାରିଖରେ ହସପିଟାଲ ମାଲିକଙ୍କୁ ଅବିକଳ ମନ୍ତ୍ରୀଙ୍କ ସ୍ୱରରେ କଥା ହୋଇଥିଲା ସୁଲଗ୍ନା।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ କହି କଟକର ଏକ ଘରୋଇ ହସ୍ପିଟାଲ ମାଲିକଠୁ ୪୬ ହଜାର ଟଙ୍କା ଚୁନ ମାରିଥିଲା ସାଇବର ଲୁଟେରା । ପୁଲିସ ହାତରେ ଧରାପଡ଼ି ବନ୍ଧା ହେଲା। ଗିରଫ ଲୁଟେରା ଜଣକ ହେଲା ଅନୁଗୋଳ ଜିଲ୍ଲା କିଶୋରନଗର ଅଞ୍ଚଳର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା। ସେ ଜଣେ କିନ୍ନର।

Advertisment

ଅଭିଯୋଗ ଅନୁଯାୟୀ, ଗତ ସେପ୍ଟେମ୍ବର ୭ ତାରିଖରେ ହସପିଟାଲ ମାଲିକଙ୍କୁ ଅବିକଳ ମନ୍ତ୍ରୀଙ୍କ ସ୍ୱରରେ କଥା ହୋଇଥିଲା ସୁଲଗ୍ନା। ଜଣେ ମହିଳାଙ୍କ ମାଧ୍ୟମରେ ଏକ ହୋମ ଯଜ୍ଞ ନାଁରେ ୩୧ କେଜି ଘିଅର ଆବଶ୍ୟକତା ଥିବା କହିଥିଲା। ମନ୍ତ୍ରୀ ଫୋନ କରିଥିବା ବିଶ୍ୱାସ କରି ସଂପୃକ୍ତ ହସ୍ପିଟାଲର ମାଲିକ ଫୋନ୍ ପେ ଜରିଆରେ ୪୬ ହଜାର ଟଙ୍କା ପଠାଇଥିଲେ। ପରେ ସେ ସାଇବର ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ପରେ ସେ ସାଇବର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ସୁଲଗ୍ନାକୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ କିନ୍ନର ସୁଲଗ୍ନା କିଛି ବର୍ଷ ପୂର୍ବେ ଦିଲ୍ଲୀ ଯାଇ ଏକ କିନ୍ନର ଗୋଷ୍ଠୀଙ୍କ ଠାରୁ ଏଭଳି ଠକାମୀ କୌଶଳ ଶିଖିଥିଲା। ଅଭିଯୁକ୍ତ ଜଣକ ଶହେରୁ ଊର୍ଦ୍ଧ୍ୱ ବ୍ୟକ୍ତି ହସପିଟାଲ ଓ ରେଷ୍ଟୁରାଣ୍ଟ ମାଲିକଙ୍କଠାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱଟଙ୍କା ଠକିଥିବା ଜଣାପଡ଼ିଛି। ସୁଲଗ୍ନାଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଏହି ଚେର ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି କି ତାହାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ।

Advertisment
Cuttack