Advertisment

ରାତି ଅଧରେ ଯୁବକଙ୍କଠାରୁ ଟଙ୍କା, ସୁନା ଲୁଟୁଥିଲେ ଦୁର୍ବୃତ୍ତ, ପହଞ୍ଚିଗଲେ ଲୋକେ

୫ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଧମକାଇ ତାଙ୍କ ନିକଟରୁ ସବୁ ଜିନିଷ ଲୁଟ୍‌ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯାଇଥିଲେ।

author-image
Niharika Rout
Arrest

Arrest

ରାତି ଅଧରେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଏବଂ ସୁନା ଚେନ୍ ଛଡାଇବାକୁ ଉଦ୍ୟମ କରିବା ମହଙ୍ଗା ପଡ଼ିଲା। ୫ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଧମକାଇ ତାଙ୍କ ନିକଟରୁ ସବୁ ଜିନିଷ ଲୁଟ୍‌ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯାଇଥିଲେ। ଫଳରେ ୪ ଜଣ ଫେରାର ହୋଇ ଯାଇଥିବା ବେଳେ ଜଣଙ୍କୁ କାବୁ କରି ନିର୍ଧୂମ ଛେଚି ପୁଲିସ୍‌ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଏପରି ଏକ ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଘଟିଛି।

Advertisment

ସୂଚନା ଅନୁଯାୟୀ, ବାହାଦଲପୁର ଗ୍ରାମର ଅଜିତ ନାୟକ ଗତକାଲି ରାତିରେ ଲଙ୍ଗଳେଶ୍ୱରରୁ ବାଇକରେ ଘରକୁ ଫେରୁଥିଲେ। ବାହାଦଲପୁର ଛକ ନିକଟରେ ହଠାତ ୫ ଜଣ ଚୋର ତାଙ୍କୁ ଅଟକାଇ ଅତର୍କିତ ଭାବରେ ଆକ୍ରମଣ କରିବା ସହ ତାଙ୍କର ସୁନା ଚେନ୍ ଏବଂ ପର୍ସ ଛଡାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଅଜିତ ଗାଡି ଛାଡି ଦୌଡି ପଳାଇବା ସହ ଚିତ୍କାର କରିଥିଲେ ।

ସ୍ଥାନୀୟ ଲୋକେ ପହଞ୍ଚି ଉକ୍ତ ଚୋର ମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ୪ ଜଣ ଧାନବିଲରେ ଦେଇ ଦୌଡି ପଳାଇ ଥିଲେ । ଜଣେ ଚୋରକୁ କାବୁ କରି ସ୍ଥାନୀୟ ଲୋକେ ଉତ୍ତମ ମଧ୍ୟମ ଦେବା ସହ ସିଂଲା ପୁଲିସ କୁ ଖବର ଦେଇଥିଲେ।

Advertisment

ଖବର ପାଇ ସିଂଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋର କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଏଥିସହ ବିଭିନ୍ନ ଆଡ଼େ ଚଢ଼ାଉ କରି ଅନ୍ୟମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛି।

Balasore Arrest