Advertisment

ସ୍ୱାମୀ-ସ୍ତ୍ରୀ ଶୋଇଥିଲେ, ରାତିରେ ଘରେ ପଶିଲେ ପ୍ରେମିକ

ମଙ୍ଗଳବାର ରାତିରେ ହେନା ଓ ତାଙ୍କ ସ୍ୱାମୀ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ବିକାଶ ଏକ ମାରଣାସ୍ତ୍ର ଧରି ହେନାଙ୍କ ଘର ଭିତରେ ପଶିଥିଲ। ଉଭୟ ସ୍ୱାମୀ ଓ ସ୍ତ୍ରୀକୁ ମରଣାନ୍ତକ ଅକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ସେହି ସମୟରେ ସେମାନଙ୍କ ନିଦ ଭାଙ୍ଗି ଯାଇଥିଲା।

ଅଦ୍ୟତନ ହୋଇଛି
Police

Police

Advertisment

ସ୍ୱାମୀ-ସ୍ତ୍ରୀ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ଘର ଭିତରେ ପଶିଥିଲେ ପ୍ରେମିକ। ଆଉ ତା’ପରେ.....। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରୁ।

Advertisment

ସିଂଲା ଥାନା ଅଞ୍ଚଳର ଜଣେ ମହିଳା ହେନା(ଛଦ୍ମନାମ)ଙ୍କୁ ଇଡଦା ଗାଁର ବିକାଶ ମଣ୍ଡଳ ଏକ ତରଫା ପ୍ରେମ କରୁଥିଲେ। ରାସ୍ତା ଘାଟରେ ଦେଖିଲେ ପ୍ରେମ ନିବେଦନ କରୁଥିଲେ। ହେଲେ ହେନା ତାଙ୍କୁ ବିରୋଧ କରୁଥିଲେ। ମାତ୍ର ସେ ବୁଝିବା ମୁଡ୍‌ରେ ନଥିଲେ। ବାରମ୍ୱାର ପ୍ରପୋଜ କରିବାରୁ ହେନା ତାଙ୍କ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ହେନାଙ୍କ ସ୍ୱାମୀ ଏନେଇ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ। ବୁଝାସୁଝା ପରେ ବିବାଦ ସମାଧାନ ହୋଇଥିଲା।

ମଙ୍ଗଳବାର ରାତିରେ ହେନା ଓ ତାଙ୍କ ସ୍ୱାମୀ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ବିକାଶ ଏକ ମାରଣାସ୍ତ୍ର ଧରି ହେନାଙ୍କ ଘର ଭିତରେ ପଶିଥିଲ। ଉଭୟ ସ୍ୱାମୀ ଓ ସ୍ତ୍ରୀକୁ ମରଣାନ୍ତକ ଅକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ସେହି ସମୟରେ ସେମାନଙ୍କ ନିଦ ଭାଙ୍ଗି ଯାଇଥିଲା। ଆଉ ସେମାନେ କୌଶଳ କରି ଶୋଇବା ଘରୁ ବାହାରି ବାହାର ପଟୁ ତାଲା ପକାଇ ଦେଇଥିଲେ। ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ। ଗାଁ ଲୋକେ ବିକାଶକୁ ଧରି ବହେ ଛେଚିଥିଳେ। ପରେ ସିଂଲା ଥାନାକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଥାନାରେ ରଖି ପଚରା ଉଚରା କରୁଛି।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Crime Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe