Advertisment

୩ ବର୍ଷ ପରେ ହତ୍ୟାର ଖିଅ ପାଇଲା ପୁଲିସ୍‌; ମୁଖ୍ୟ ଅଭିଯୁକ୍ତକୁ ଧରିଲା

୨୦୨୦ ମସିହା ନଭେମ୍ବର ୫ ତାରିଖରେ ସୁନା ବ୍ୟବସାୟୀ ଗଜାନନ ମେହେର ପାଟଣାଗଡ଼ ଯାଇଥିଲେ। ଏ ସମ୍ପର୍କରେ ଜାଣିପାରି ଶିର ତାଙ୍କୁ(ଗଜାନନ) ରାସ୍ତାରେ ଅଟକାଇଥିଲେ।

Gajanan

Gajanan

Advertisment

୩ ବର୍ଷ ତଳେ ସୁନା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା। ଅଭିଯୋଗ ସତ୍ତ୍ୱେ ପୁଲିସ୍‌ ହତ୍ୟାକାରୀକୁ ଧରୁନଥିଲା। ବଲାଙ୍ଗିର ଏସ୍‌ପିଙ୍କ ଛାଟ ପରେ ହତ୍ୟାର ଖିଅ ପାଇଲା ପୁଲିସ୍‌। ଆଉ ମୁଖ୍ୟ ଅଭିଯୁକ୍ତକୁ ଧରିଲା। ଟଙ୍କା ନେଣ ଦେଣକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

Advertisment

ସାରସବାହାଲ ଗାଁର ହତ୍ୟାକାରୀ ଶିର ରଣା କିଛି ଗୁପ୍ତ ଧନ(ସୁନା) ପାଇଥିଲେ। ସେହି ସୁନାକୁ ସେ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେରଙ୍କୁ ବିକିଥିଲେ। ଏହା ବଦଳରେ ସେ ଟଙ୍କା ଦେଇଥିଲେ। ସେହି ଟଙ୍କାରେ କିଛି ନକଲି ନୋଟ୍‌ ଥିବା ସନ୍ଦେହ କରିଥିଲେ ଶିର। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ଗଜାନନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଶିର।

୨୦୨୦ ମସିହା ନଭେମ୍ବର ୫ ତାରିଖରେ ସୁନା ବ୍ୟବସାୟୀ ଗଜାନନ ମେହେର ପାଟଣାଗଡ଼ ଯାଇଥିଲେ। ଏ ସମ୍ପର୍କରେ ଜାଣିପାରି ଶିର ତାଙ୍କୁ(ଗଜାନନ) ରାସ୍ତାରେ ଅଟକାଇଥିଲେ। ପରେ ପଥରରେ ଛେଚି ତାଙ୍କୁ ହତ୍ୟା କରିଥିଲେ ଶିର। ତା’ପରେ ମୃତଦେହକୁ ନେଇ ମୁଦଘାଟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

Advertisment

ସେପଟେ ଗଜାନନ ଘରକୁ ନଫେରିବାରୁ ଚିନ୍ତାରେ ପଡ଼ି ଯାଇଥିଲେ ପରିବାର ଲୋକେ। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ନିଖୋଜ ଥିବା ଗଜାନନଙ୍କ ପତ୍ତା ପାଇନଥିଲା। ହତ୍ୟାକାଣ୍ଡର ୭ ଦିନ ପରେ ମୁଦଘାଟ ଜଙ୍ଗଲରୁ ଗଜାନନଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ଦେଓଗାଁ ଥାନା ପୁଲିସ୍‌।

ପୁଲିସ୍‌ ମୃତଦେହ ଜବତ କରି ଘଟଣାରେ ତଦନ୍ତ ଚଳାଇଥିଲେ ମଧ୍ୟ ହତ୍ୟାକାରୀ ପାଖରେ ପହଞ୍ଚି ପାରୁନଥିଲା। ସେଥିପାଇଁ ପରିବାର ଲୋକେ ପୁଲିସ୍‌ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ଅଭିଯୁକ୍ତକୁ ଗିରଫ କରିବା ପାଇଁ ବାରମ୍ୱାର ଦାବି କରି ଆସୁଥିଲେ।

କିଛି ଦିନ ତଳେ ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ଜିଲ୍ଲାର କ୍ରାଇମ୍‌ ରିଭ୍ୟୁ କରିଥିଲେ। ସେହି ସମୟରେ ସେ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଶୀଘ୍ର ହତ୍ୟାକାରୀକୁ ଗିରଫ କରିବା ପାଇଁ ଦେଓଗାଁ ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ଏସ୍‌ପି। ତାହିରେ ତେଲ ମାରି ଶୋଇଥିବା ଦେଓଗାଁ ଥାନା ପୁଲିସ ହଠାତ୍‌ ଚେଇ ଉଠିଥିଲା। ପରିବାର ଲୋକଙ୍କ ତଥ୍ୟ ଆଧାରରେ ହତ୍ୟାକାଣ୍ଡ ଘଟିବାର ୩ ବର୍ଷ ପରେ ପୁଲିସ ସିରାବାହଳ ଗାଁରେ ଚଢ଼ଉ କରି ଶିର ରଣାଙ୍କୁ ଉଠାଇ ଆଣିଥିଲା। ତାଙ୍କ ଘନଘନ ଜେରା କରିଥିଲେ।

ଶେଷରେ ଶିର ରଣା ହତ୍ୟା କରିଥିବା ସ୍ୱୀକାର କରିଥିଲା। ସେ ପଥରରେ ଛେଚି ଗଜାନନଙ୍କୁ ହତ୍ୟା କରିଥିଲେ। ପରେ ମୃତଦେହକୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି। ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Balangir Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe