Advertisment

ଗଣଦୁଷ୍କର୍ମର ୪ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ୍‌

ମହେଶ୍ଵରକୁ ଗିରଫ କରି ପୁଲିସ୍‌ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ବାରିମୂଳ ଜେଲକୁ ପଠାଇ ଦେଇଥିଲା ପୁଲିସ୍‌।

author-image
Manoranjan Sial
Kendrapara

Kendrapara

ଗଣଦୁଷ୍କର୍ମର ୪ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ୍‌। ୨୦୧୯ ମସିହା ଜୁନ ୨୮ ତାରିଖ ମଧ୍ୟ ରାତିରେ କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ମାମଲା ମୁଖ୍ୟ ଅଭିଯୁକ୍ତ ମହେଶ୍ଵର ସାହୁକୁ ଗିରଫ କରିଛି ପୁଲିସ। ଘଟଣା ଘଟିବା ପରେ ମହେଶ୍ଵର ସାହୁ ଫେରାର୍ ହୋଇଯାଇଥିଲା। ପୁଲିସ ମହେଶ୍ଵର ନାଁରେ ୱାରାଣ୍ଟ ଜାରି କରିଥିଲା। ଗତ ରବିବାର ନିଜ ମାଆଙ୍କ ଦଶାହ କର୍ମରେ ଯୋଗଦେବା ପାଇଁ କଳସପୁର ଗାଁକୁ ଆସିଥିବା ବେଳେ ଆଳି ପୁଲିସ ସହାୟତାରେ ନିକିରାଇ ପୁଲିସ୍‌ ମାଡ଼ି ବସିଥିଲା।

Advertisment

ମହେଶ୍ଵରକୁ ଗିରଫ କରି ପୁଲିସ୍‌ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ବାରିମୂଳ ଜେଲକୁ ପଠାଇ ଦେଇଥିଲା ପୁଲିସ୍‌। ଏକ ଜମିଜମା ଗଣ୍ଡଗୋଳରୁ ଆକ୍ରୋଶ ରଖି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ମହେଶ୍ଵର କିଛି ଅସାମାଜିକ ଲୋକଙ୍କୁ ନିୟୋଜିତ କରିବା ସହ ନିଜେ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୀଡିତାଙ୍କ ସ୍ଵାମୀ ଏତଲାରେ ମୋଟ ୭ଙ୍କ ନାଁ ଉଲ୍ଲେଖ କରିଥିଲେ।

ଅଭିଯୋଗ ଆଧାରରେ ନିକିରାଇ ଥାନାରେ ନଂ ୭୩/୧୯ରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ମହେଶ୍ୱର ସାହୁ ଓ ତାଙ୍କ ସ୍ତ୍ରୀ ଝରଣା ସାହୁଙ୍କ ନାଁ ମଧ୍ୟ ରହିଥିଲା। ତେବେ ମହେଶ୍ଵର ଓ ତାଙ୍କ ସ୍ତ୍ରୀ ଝରଣା ଫେରାର ଥିବା ବେଳେ ଅନ୍ୟ ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ନିର୍ଦୋଷରେ ଖଲାସ ହୋଇଥିବା ବେଳେ ଅଭିଯୁକ୍ତ ରାମଚନ୍ଦ୍ର ମଲ୍ଲିକକୁ ଜେଲ ଦଣ୍ଡ ହୋଇଛିl

Advertisment

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Kendrapara