Advertisment

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବୁଧବାର ପୀଡ଼ିତାଙ୍କ ବାପା ଏନେଇ ମୁରିବାହାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ରାତିରେ ଅଭିଯୁକ୍ତକୁ ତା’ ଘରୁ ଉଠାଇ ଆଣିଥିଲା। ରାତି ସାରା ପଚରାଉଚରା କରିଥିଲା। ଆଜି ତାକୁ ଗିରଫ କରିଛି ପୁଲିସ୍‌।

Balangir

Balangir

Advertisment

ପୁଲିସ୍‌ କବ୍‌ଜାରେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ। ଗିରଫ ହେଉଛି ବଲାଙ୍ଗିର ମୁରିବାହାଲ ଥାନା ଯମୁନା ଗାଁର ଚନେଶ୍ୱର ନାଗ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତକୁ ତା’ ଘରୁ ଉଠାଇ ଆଣି ଆଜି କୋର୍ଟ ଚାଲାଣ କରିଛି।

Advertisment

ଅଭିଯୋଗରୁ ପ୍ରକାଶ, ଦୁଇ ଦିନ ତଳେ ପୀଡ଼ିତା ଘରେ ଏକାକୀ ଥିଲେ। ଠିକ୍‌ ସେହି ସମୟ ଚନେଶ୍ୱର ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କୁ ମାଡ଼ ମାରିଥିଲେ। ଘଟଣା ପ୍ରଘଟ କରିଲେ ମାରିଦେବାର ଧମକ ଦେଇଥିଲେ। ପୀଡ଼ିତା ଏନେଇ ତାଙ୍କ ପରିବାର ଲୋକଙ୍କୁ କହିଥିଲେ।

ବୁଧବାର ପୀଡ଼ିତାଙ୍କ ବାପା ଏନେଇ ମୁରିବାହାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ରାତିରେ ଅଭିଯୁକ୍ତକୁ ତା’ ଘରୁ ଉଠାଇ ଆଣିଥିଲା। ରାତି ସାରା ପଚରାଉଚରା କରିଥିଲା। ଆଜି ତାକୁ ଗିରଫ କରିଛି ପୁଲିସ୍‌।

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe