Advertisment

ସ୍କୁଲ ଟଙ୍କା ଖାଇଥିଲେ, ଜେଲ୍‌ ଗଲେ ପ୍ରଧାନଶିକ୍ଷକ

ଲମତାପୁଟ ସାଦର ମହକୁମାରେ ରହିଛି ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ମନୋଜ କୁମାର କାମୁଡି ଚଞ୍ଚକତାର ସହିତ ଜଣେ ସହକାରୀ ଶିକ୍ଷକଙ୍କ ଜାଲ ଦସ୍ତଖତ କରି ମୋ’ ସ୍କୁଲ ଅଭିଯାନ ଓ ବିଦ୍ୟାଳୟ ଆକାଉଣ୍ଟରୁ ୨୭ ଲକ୍ଷ ୯୦ ହଜାର ଟଙ୍କା ଉଠାଇ ନେଇଥିଲେ।

Teacher

Teacher

Advertisment

ସ୍କୁଲ ଟଙ୍କା ଖାଇଯାଇଥିଲେ ପ୍ରଧାନଶିକ୍ଷକ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୨୭ ଲକ୍ଷରୁ ଅଧିକ ଟଙ୍କା ଖାଇଯାଇଥିଲେ। ଏନେଇ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗିରଫ ହୋଇ ଜେଲ୍‌ ଯାଇଛନ୍ତି ପ୍ରଧାନଶିକ୍ଷକ। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି।

Advertisment

ଲମତାପୁଟ ସାଦର ମହକୁମାରେ ରହିଛି ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ମନୋଜ କୁମାର କାମୁଡି ଚଞ୍ଚକତାର ସହିତ ଜଣେ ସହକାରୀ ଶିକ୍ଷକଙ୍କ ଜାଲ ଦସ୍ତଖତ କରି ମୋ’ ସ୍କୁଲ ଅଭିଯାନ ଓ ବିଦ୍ୟାଳୟ ଆକାଉଣ୍ଟରୁ ୨୭ ଲକ୍ଷ ୯୦ ହଜାର ଟଙ୍କା ଉଠାଇ ନେଇଥିଲେ। ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବ୍ରତ ରଞ୍ଜନ ନାୟକ ମାଛକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ମନୋଜ କୁମାର କାମୁଡିଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପ୍ରମାଣ ମିଳିଥିଲା। ଏହା ପରେ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କାର୍ଯ୍ୟରେ ଅବହେଳା ପାଇଁ ପୂର୍ବରୁ ଶ୍ରୀ କାମୁଡ଼ି ନିଲମ୍ବିତ ହୋଇଥିଲେ।

Advertisment

ଲମତାପୁଟରୁ ଜଗତ ଜୀବନ

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe