Advertisment

ଅସଦାଚରଣ କରି ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ

ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ସାଥୀମାନଙ୍କୁ ଜଣାଇଥିଲେ। ପରେ ସବୁ ପିଲା ମିଶି କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର କଲେଜ ଅଧ୍ୟକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।

Police

Police

Advertisment

ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ। ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲାରୁ। ସେପଟେ ଗିରଫ ଅଭିଯୁକ୍ତ କହୁଛନ୍ତି, କ’ଣ ହୋଇଛି ମୁଁ ଘଟଣା କିଛି ଜାଣିନାହିଁ।

Advertisment

ନାକଟିଦେଉଳ ଥାନା ଅଞ୍ଚଳରେ ରହିଛି ଏକ ଜୁନିଅର କଲେଜ। ସେହି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ ରେଖା(ଛଦ୍ମନାମ)। ସେ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିଲେ। ହେଲେ ସେହି କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ସଞ୍ଜୀବ କୁମାର ଦାସ ତାଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଥରେ କି ଦୁଇ ଥର ନୁହେଁ, ବାରମ୍ୱାର କଲେଜ କ୍ୟାମ୍ପସ ଭିତରେ ସେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି।

ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ସାଥୀମାନଙ୍କୁ ଜଣାଇଥିଲେ। ପରେ ସବୁ ପିଲା ମିଶି କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର କଲେଜ ଅଧ୍ୟକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ନୀରବଦ୍ରଷ୍ଟା ସାଜିଥିଲେ। ସୋମବାର ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକ ଏନେଇ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ତେବେ ଗିରଫ ପରେ ସଞ୍ଜୀବ କୁମାର ଦାସ କହିଛନ୍ତି, କ’ଣ ହୋଇଛି ମୁଁ ଘଟଣା କିଛି ଜାଣିନାହିଁ? ମୋ ନାଁରେ ଯେଉଁ ସବୁ ଅଭିଯୋଗ ଆସିଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି ଅଧ୍ୟାପକ କହିଛନ୍ତି। ସେପଟେ ରେଢାଖୋଲ ଏସ୍‌ଡିପିଓ କହିଛନ୍ତି, ଅଭିଯୁକ୍ତ ଆଧାରରେ ଅଧ୍ୟାପକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe