Advertisment

ପ୍ରେମିକ ମୃତ୍ୟୁର ମାସକ ପରେ ଗିରଫ ହେଲେ ପ୍ରେମିକା

ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ମାସେ ପରେ ଗିରଫ ହେଲେ ପ୍ରେମିକା। ପ୍ରେମିକ ମୃତ୍ୟୁ ମାମଲାରେ ପ୍ରେମିକାଙ୍କୁ ଗିରଫ କରିଛି ଭଦ୍ରକ ପୁଲିସ୍‌। ରାତିରେ ହୋଟେଲ୍‌ରେ ଶୋଇଥିବା ବେଳେ ପ୍ରେମିକଙ୍କ ମୃତ୍ୟୁ ଘଟିଥିଲା। ଯେଉଁଥିପାଇଁ ସନ୍ଦେହ ଘେରକୁ ଆସିଥିଲେ ପ୍ରେମିକା ଇପ୍‌ସିତା ବେହୁରା।

Advertisment

ସେପ୍ଟେମ୍ବର ୩ ତାରିଖରେ ଭଣ୍ଡାରିପୋଖରୀ ଜଳହରି ଗାଁର ଦେବରାଜ ସାମଲ ଚରମ୍ପାର ଏକ ଗେଷ୍ଟ ହାଉସ୍‌ରେ ପ୍ରେମିକା ଇପ୍‌ସିତା ବେହୁରା ସହ ରହିଥିଲେ। ସେହି ରାତିରେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା। ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଏଥିସହ ହୋଟେଲ୍‌ ମଦ ବୋତଲ ଓ କଣ୍ଡୋମ ଜବତ କରିଥିଲା।

ତେବେ ପରବର୍ତ୍ତୀ ସମୟରେ ଦେବରାଜଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ପ୍ରେମିକା ଇପ୍‌ସିତାଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଥିଲା।

Advertisment
Ipsitaମେଡ଼ିକାଲ୍‌ ଯାଉଥିବା ବେଳେ କାନ୍ଦୁଥିଲେ ଇପ୍‌ସିତା

ଗତ ବୁଧବାର ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ପାରିପାର୍ଶ୍ୱିକ ସ୍ଥିତି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପୁଲିସ୍‌ ଗୁରୁବାର ପ୍ରେମିକା ଇପ୍‌ସିତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ମାମଲାର ତଦନ୍ତ ଚଳାଇଛି ପୁଲିସ୍‌।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak Hospital Bhadrak Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe