/odisha-reporter/media/post_attachments/uploadimage/library/16_9/16_9_0/IMAGE_1716796667.jpg)
Police Arrested
ଅଭିନବ ଉପାୟରେ ଗଂଜେଇ ଚାଲାଣ କରୁଥିଲେ। ହେଲେ ଦୁର୍ଭାଗ୍ୟକୁ ପୁଲିସ ଜାଲରେ ପଡ଼ିଗଲେ। ଲୁହା ରଡ୍ ତଳେ ରଖି ଗଞ୍ଜେଇ ଚାଲାଣ କରିବା ବେଳେ ପୁଲିସ ୩ କ୍ୟୁଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶର ବିଜୟ ଗାୱଲେ ଏବଂ ବିନୋଦ ମାଂଝୀ।
Advertisment
ଗତକାଲି ବୌଦ୍ଧ ଜିଲ୍ଲା କଂଟାମାଳ ଅଂଚଳରୁ ଏକ ଟ୍ରକରେ ଲୁଡା ରଡ୍ ବୋଝେଇ ହୋଇଆସୁଥିଲା। ହେଲେ ଏହି ଲୁହା ରଡ୍ ତଳେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୋନପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଯୋଜନା ମୁତାବକ ସୋନପୁର ପୁଲିସ କୁଂଜ ଛକରେ ଛପି ରହିଥିଲା।
ଟ୍ରକ୍ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲା ପୁଲିସ। ପରେ ଟ୍ରକରୁ କ୍ୟୁଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
