Advertisment

ହାଟରୁ ମିଳିଥିଲା ଅଧା ପୋଡ଼ା ମୃତଦେହ; ଟଙ୍କା ନ ଦେବାରୁ ଜାଳିଦେଇଥିଲେ ଦୁଇ ଦୋକାନୀ  ​​​​​​​

ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।

Arrest

Arrest

Advertisment

ଦୁଇ ଦିନ ପୂର୍ବେ ମୟୂରଭଞ୍ଜ ଜିଲ୍ଲା କେନ୍ଦୁଜିଆଣୀ ସାପ୍ତାହିକ ହାଟରୁ ଏକ ଅଧା ପୋଡ଼ା ଅଜଣା ଶବ ମିଳିଥିଲା। କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଥିଲା, ତାହାର ତଦନ୍ତ ଆରମ୍ଭ କରିଥିଲା ପୁଲିସ୍‌। ତେବେ ଦୁଇ ଦିନ ପରେ ଏହି ହତ୍ୟା ଘଟଣା ଉପରୁ ପରଦା ହଟିଛି । ସାମାନ୍ୟ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥିବା ଦୁଇ ଜଣଙ୍କୁ ବାନ୍ଧିଛି ପୁଲିସ୍‌।

Advertisment

ମୃତକ ଜଡବିଲ ଗ୍ରାମର କନ୍ଦା ମହାନ୍ତ ବୋଲି ଜଣାଯାଇଛି। ଗିରଫଦ୍ୱୟ ମଧ୍ୟ ତାଙ୍କ ଗ୍ରାମର ରଞ୍ଜିତ ମହାନ୍ତ ଏବଂ ଘନ ଜାମୁଡା ବୋଲି ଜଣାଯାଇଛି। ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।

ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଏବଂ ପରେ ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇ ଥିଲା। ଏଥିରେ ଉତ୍ତ୍ୟକ୍ତ ଦୁଇ ଦୋକାନୀ କନ୍ଦା ମହାନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ସେମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ପ୍ରମାଣ ନଷ୍ଟ ନିମନ୍ତେ ନଡ଼ା ସାହାଯ୍ୟରେ ଶବଟି ପୋଡ଼ିବାକୁ ଚେଷ୍ଟା କରିଥିଲେ। ମାତ୍ର ତାହା ଅଧାପୋଡା ଅବସ୍ଥାରେ ହାଟ ପଡ଼ିଆରେ ପଡ଼ି ରହିଥିବା ବେଳେ ଉଭୟ ସେଠାରୁ ଫେରାର ହୋଇ ଯାଇଥିଲେ।

Advertisment

ତେବେ ପଚରାଉଚରା ପରେ ଏହା ହତ୍ୟା ହେଇଥିବା ଜାଣି କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ ଘଟଣାର  ତଦନ୍ତ କରିବା ସହିତ ହତ୍ୟାର ୪୮ଘଣ୍ଟା ଭିତରେ ଦୁଇ ଅଭିଯୁକ୍ତଙ୍କୁ ସଫଳତାର ସହି ଗିରଫ କରିଛି। ଆଜି କ୍ରାଇମ ସିନ୍‌ ରିକ୍ରିଏସନ କରୁଛି ଠାକୁରମୁଣ୍ଡା ଥାନା ପୁଲିସ । ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ।

Murder Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe