Advertisment

ହୋଟେଲରେ ରଖି ଯୁବତୀଙ୍କୁ କରୁଥିଲେ ଗଣ ଦୁଷ୍କର୍ମ; ବନ୍ଧାହେଲେ ୨ ଅଭିଯୁକ୍ତ

ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ବଣାଇରୁ ରାଉରକେଲା ଆଣି ଗଣ ଦୁଷ୍କର୍ମ କରିଥିଲେ।

author-image
Tapaswini Nayak
 Raped

Raped

ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ୨ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ରାଉରକେଲା ସହରରେ ଏପରି ଘଟଣା ଘଟିଛି। ଦୁଇ ଅଭିଯୁକ୍ତ ଦିନ ମଜୁରିଆ ହୋଇଥିବା ଜଣାଯାଇଛି।

Advertisment

ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ବଣାଇରୁ ରାଉରକେଲା ଆଣିଥିଲେ। ସେଠାରେ ଏକ ହୋଟେଲରେ ରଖି ଗଣ ଦୁଷ୍କର୍ମ କରିଥିଲେ। ଏପରି କିଛି ଦିନ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଛାଡ଼ି ଦୁଇ ଅଭିଯୁକ୍ତ ପଳାଇଯାଇଥିଲେ।

ଗତକାଲି ରାଉରକେଲା ରେଳ ଷ୍ଟେସନ ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ। ଯୁବତୀ ଜଣଙ୍କ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପରେ ପୁଲିସ ଯୁବତୀଙ୍କର ଡାକ୍ତରମାଇନା କରିବା ପରେ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ରହିଛି ତାର ତଦନ୍ତ କରୁଛି।

Advertisment
Rourkela Gang Rape