Advertisment

ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଘଟଣା; ଜଣଙ୍କୁ ବାନ୍ଧିଲା ପୁଲିସ

ଗତ ୧୮ ତାରିଖରେ ବନ୍ଧୁକ ଦେଖାଇ ଗ୍ରାମୀଣ ବ୍ୟାଙ୍କରୁ ୯ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଥିଲେ ୨ ଜଣ ଦୁର୍ବୁତ୍ତ।

loot

loot

Advertisment

ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍ ଘଟଣାରେ ଜଣକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅମିତ ଦାସ ଓରଫ ଗୁରୁଦେବ। ତାଙ୍କଠାରୁ ପୁଲିସ ୫ଟି କାର, ୨ଟି ବାଇକ, ୭ଟି ମୋବାଇଲ ସହ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ଜବତ କରିଛି।

Advertisment

ଗତ ୧୮ ତାରିଖରେ ବନ୍ଧୁକ ଦେଖାଇ ଗ୍ରାମୀଣ ବ୍ୟାଙ୍କରୁ ୯ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଥିଲେ ୨ ଜଣ ଦୁର୍ବୁତ୍ତ। ଏହି ମାମଲାରେ ବରଗଡ଼ ପୁଲିସ ଗତକାଲି ଅମିତ ଦାସକୁ ପେଷାଦାର ଅପରାଧୀକୁ ଗିରଫ କରିଛି।

ତଦନ୍ତ ବେଳେ ବଲାଙ୍ଗିର ଜିଲ୍ଲାର ମୂଳ ବାସିନ୍ଦା ଅମିତଠାରୁ ଗଞ୍ଜେଇ ସହ ବ୍ୟବହୃତ ୫ଟି କାର, ୨ଟି ବାଇକ, ୭ଟି ମୋବାଇଲ ସହ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି। ଅମିତଙ୍କ ନାଁରେ ପୂର୍ବରୁ ବରଗଡ଼, ସମ୍ବଲପୁର, ସୋନପୁର, ରାୟଗଡ, ବଲାଙ୍ଗିର ଆଦି ଅଞ୍ଚଳର ବିଭିନ୍ନ ଥାନାରେ ୧୮ଟି ସଙ୍ଗିନ ମାମଲା ରହିଛି। ଅମିତ ପୁଲିସକୁ ବରଗଡ଼ କଟାପାଲିର ବ୍ରହ୍ମଚାରୀରୁ ଗିରଫ କରିଛିl

Advertisment
Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe