Advertisment

ଝୁମିବା ପାଇଁ ବିଦେଶୀ ମଦ ଦୋକାନରେ ପଶି ଜବରଦସ୍ତି ପେଟିଏ ମଦ ନେଇଗଲେ; ତା’ପରେ...

ବୁଧବାର ମୁନ୍ନ ଜେଲରୁ ବାହାରିଥିଲା। ଜେଲ୍‌ ବାହାରେ ତାଙ୍କୁ ସ୍ୱାଗତ କରିଥିଲେ ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନ। ପରେ ଏକ କାରରେ ମୁନ୍ନାଙ୍କୁ ତାଙ୍କ ଘର ଅସ୍ତରଙ୍ଗରେ ଛାଡ଼ିବାକୁ ଯାଉଥିଲେ ୪ ଅଭିଯୁକ୍ତ।

author-image
Manoranjan Sial
Police

Konark

ମନ ହେଲା ବୋଲି ଜବରଦସ୍ତି ବିଦେଶୀ ମଦ ଦୋକାନରେ ପଶି ପେଟିଏ ମଦ ଉଠାଇ ଆଣିଲେ। ଆଉ ନଦୀ ପଠାରେ ବସି ମଦ ପିଇ ଝୁମୁଥିଲେ। ଡୟାୟତି ପାଇଁ ଯୋଜନା କରୁଥିବା ବେଳେ ରାତିର ଅନ୍ଧକାରରେ ପୁଲିସ୍‌ ସେମାନଙ୍କୁ ମାଡ଼ି ବସିଲା। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରୁ। ଗିରଫ ୪ ଅଭିଯୁକ୍ତ ଜେଲ୍‌ ଫେରନ୍ତା ବୋଲି ପୁଲିସ୍‌ କହିଛି।

Advertisment

ଅସ୍ତରଙ୍ଗ ଅଞ୍ଚଳର ମୁନ୍ନା ବିଶ୍ୱାଳ ଏକ ହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲା। ଜେଲ୍‌ରେ ତାଙ୍କ ସହ ଶ୍ରୀମନ୍ତ କୁମାର ମାଝି, ସଂଗ୍ରାମ କେଶରୀ ପରିଡ଼ା, ଅନୀଲ କୁମାର ଭଟ୍ଟ ଓ ଚିତ୍ତରଞ୍ଜନ ସ୍ୱାଇଁଙ୍କ ଦେଖା ହୋଇଥିଲା। ଖାଲି ଦେଖା ହୋଇନଥିଲା, ଭାବ ଦିଆନିଆ ମଧ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନ ବେଲ୍‌ରେ ଆସିଥିଲା। ହେଲେ ମୁନ୍ନା ଜେଲରୁ ବାହାରି ପାରିନଥିଲା।

ବୁଧବାର ମୁନ୍ନ ଜେଲରୁ ବାହାରିଥିଲା। ଜେଲ୍‌ ବାହାରେ ତାଙ୍କୁ ସ୍ୱାଗତ କରିଥିଲେ ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନ। ପରେ ଏକ କାରରେ ମୁନ୍ନାଙ୍କୁ ତାଙ୍କ ଘର ଅସ୍ତରଙ୍ଗରେ ଛାଡ଼ିବାକୁ ଯାଉଥିଲେ ୪ ଅଭିଯୁକ୍ତ। ସେତେବେଳକୁ ରାତି ହୋଇ ଆସୁଥିଲା। ଅପରାଧୀକ ମନୋବୃତ୍ତି ନେଇ ଜୀଉଁଥିବାରୁ ନିଶାରେ ଝୁମିବାକୁ ମନ ହୋଇଥିଲା। ତେଣୁ ମୁନ୍ନାଙ୍କ ସମେତ ୪ ଅଭିଯୁକ୍ତ ଅସ୍ତରଙ୍ଗ ବଜାରରେ ଥିବା ଏକ ମଦ ଦୋକାନରେ ଜବରଦସ୍ତି ପଶି ଯାଇଥିଲେ।

Advertisment

ମଦ ଦୋକାନ ସେଲ୍‌ସମ୍ୟାନ୍‌ଙ୍କୁ ଧମକ ଚମକ ଦେଇ ପେଟିଏ ମଦ ଉଠାଇ ଆଣିଥିଲେ ମୁନ୍ନା, ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନ। ମଦ ପାଇବା ପରେ ସମସ୍ତେ ଚାଲି ଯାଇଥିଲେ ଝାଡଲିଙ୍ଗ ନଦୀ ବନ୍ଧକୁ। ରାତିର ଅନ୍ଧକାରରେ ମଦ ପିଇ ଝୁମିଲେ। ଆଉ ଡ଼କାୟତି ପାଇଁ ଯୋଜନା କରୁଥିଲେ।

ଲୁଟ୍‌ ନେଇ ମଦ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ପରେ ନଦୀ ବନ୍ଧରେ ଚଢ଼ଉ କରି ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନଙ୍କୁ ଗିରଫ କରିଥିଲା। ମାତ୍ର ମୁନ୍ନା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ତାକୁ ଗିରଫ କରିବା ପାଇଁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି। ପୁଲିସ୍‌ ୪ ଅଭିଯୁକ୍ତଙ୍କଠାରୁ ୩ ଖଣ୍ଡା, ମୋବାଇଲ, ମଦ ଓ ଟଙ୍କା ଜବତ କରିଛି। ତଦନ୍ତ ପରେ ଏହି ଯୁବକମାନେ ଅଭ୍ୟାସଗତ ଜେଲ ଫେରନ୍ତା ଆପରାଧୀ ବୋଲି ପୁଲିସ ଜଣିବାକୁ ପାଇଛି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri Crime Crime Story