Advertisment

୫ ମୋବାଇଲ ଲୁଟେରାଙ୍କୁ ବାନ୍ଧିଲା ପୁଲିସ

ବରଗଡ଼ର ବିଭିନ୍ନ ସ୍ଥାନରୁ ବାରମ୍ୱାର ମୋବାଇଲ୍ ଲୁଟ୍ ହେଉଥିଲା। ଲୁଟେରା ମାନେ ପଥଚାରୀଙ୍କ ହାତରୁ ଆଖି ପିଛୁଳାକେ ଝାମ୍ପି ନେଉଥିଲେ। ବାରମ୍ୱାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୁଟେରାଙ୍କ ପାଖରେ ପହଞ୍ଚି ପାରୁ ନଥିଲା ପୁଲିସ।

Bargarh

Bargarh

Advertisment

ବରଗଡ଼ର ବିଭିନ୍ନ ସ୍ଥାନରୁ ବାରମ୍ୱାର ମୋବାଇଲ୍ ଲୁଟ୍ ହେଉଥିଲା। ଲୁଟେରା ମାନେ ପଥଚାରୀଙ୍କ ହାତରୁ ଆଖି ପିଛୁଳାକେ ଝାମ୍ପି ନେଉଥିଲେ। ବାରମ୍ୱାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୁଟେରାଙ୍କ ପାଖରେ ପହଞ୍ଚି ପାରୁ ନଥିଲା ପୁଲିସ। ଯାହାକୁ ନେଇ ନାନା ସମାଲୋଚନାର ଶିକାର ହେଉଥିଲା ବରଗଡ଼ ପୁଲିସ। ସମାଲୋଜନା ପରେ ପୁଲିସ ସକ୍ରିୟ ହୋଇଥିଲା। ମୋବାଇଲ ଲୁଟେରାଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା।

Advertisment

ହେଲେ ମୋବାଇଲ ଚୋରଙ୍କ ବେଳା ଖରାପ ପଡ଼ିଲା। ମୋବାଇଲ ଲୁଟ ବେଳେ କଏଦ ହେଲା ସିସିଟିଭିରେ। ସେଇ ତଥ୍ୟ ଆଧାରରେ ପୁଲିସ ମୋବାଇଲ ଲୁଟେରା ଗ୍ୟାଙ୍କ ପାଖରେ ପହଞ୍ଚି ଥିଲା। ମୋବାଇଲ ଲୁଟ ଅଭିଯୋଗରେ ଜଣଙ୍କ ପରେ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା ପୁଲିସ। ପରେ ତଥ୍ୟ ଆଧାରରେ ପାଞ୍ଚ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ୨୫ ଗୋଟି ମୋବାଇଲ ଜବତ କରିଛି।

ଗିରଫ ହୋଇଥିବା ଲୁଟେରାମାନେ ହେଲେ ନିଳମଣୀ, ଆଦର୍ଶ, ଦେବାଶିଷ ବାଘ, ମାନଷ ପ୍ରଧାନ, କାର୍ତ୍ତୀକ। ଏମାନେ ସମସ୍ତେ ବରଗଡ଼ ଟାଉନ ଅଞ୍ଚଳର ବୋଲି ଜଣାପଡ଼ଛି। ‌ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବରଗଡ଼ ଅତିରିକ୍ତ ଏସପି ତପନ କୁମାର ମହାନ୍ତି ସୂଚନା ଦେଇଛନ୍ତିl

Advertisment

ରିପୋର୍ଟ - ଧର୍ମଦତ୍ତ ପାଢୀ

Baragarh Mobile
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe