Advertisment

ମଞ୍ଚ ଉପରେ ଘୁଷୁରୀକୁ ମାରି ଖାଇବା ଘଟଣା; ଜଣଙ୍କୁ ବାନ୍ଧିଲା ପୁଲିସ

ନାଟକ ଆୟୋଜନ କରିଥିବା କମିଟି ଓ ଯିଏ ଘୁଷୁରୀ ଖାଇଲା ତାକୁ ଚିହ୍ନଟ କରାଯାଇପାରିନି।

ଅଦ୍ୟତନ ହୋଇଛି
Arrested

Arrested

Advertisment

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ପୁଲିସ୍। ଖଲ୍ଲିକୋଟ ଅଞ୍ଚଳ ବିମ୍ବାଧର ଗୌଡ଼କୁ ଗିରଫ କରିଛି ପୁଲିସ୍। ନାଟକ ପାଇଁ ଘୁଷୁରୀ ଯୋଗାଇବା ଅଭିଯୋଗରେ ବିମ୍ବାଧରଙ୍କୁ ଗିରଫ କରାଯାଇଛି। ଏଥିସହ ବନ ବିଭାଗ ତାଙ୍କ ନାଁରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

Advertisment

ତେବେ ନାଟକ ଆୟୋଜନ କରିଥିବା କମିଟି ଓ ଯିଏ ଘୁଷୁରୀ ଖାଇଲା ତାକୁ ଚିହ୍ନଟ କରାଯାଇପାରିନି। କେବଳ ଘୁଷୁରୀ ଯୋଗାଇଥିବା ବ୍ୟକ୍ତିକୁ ଗିରଫ କରି ଚୁପ୍ ବସିଛି ପୁଲିସ୍।

ସୂଚନାଯୋଗ୍ୟ, ରାଲବ ଗାଁରେ ଗତ ନଭେମ୍ବର ୨୪ ତାରିଖରେ ପରିବେଷଣ ହୋଇଥିଲା ପୌରାଣିକ ନାଟକ ରାମାୟଣ। ନାଟକ ଆଗେଇ ଚାଲିଥିବା ବେଳେ ଏକ ସମୟରେ ମଞ୍ଚ ଉପରେ ଅଭିନୟ କରୁଥିଲେ ରାକ୍ଷସ ବେଶରେ ଥିବା କିଛି କଳାକାର। ସେତେବେଳେ ଏକ ଛୋଟ ଜୀବନ୍ତ ଘୁଷୁରୀକୁ ମଞ୍ଚରେ ବାନ୍ଧି ଝୁଲାଇ ଦିଆଯାଇଥିଲା। ତା’ ପଛ ଗୋଡ଼ ଦୁଇଟି ଉପରକୁ ଥିବା ବେଳେ ମୁଣ୍ଡ ତଳକୁ ଥିଲା। ତା’ ମୁହଁକୁ ବାନ୍ଧି ଦିଆଯାଇଥିଲା।

Advertisment

ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ପ୍ରାୟ ୫ ଜଣ କଳାକାର ଘୁଷୁରୀ ପାଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଝୁଲି ରହିଥିବା ଘୁଷୁରୀର ପେଟକୁ ଚିରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘୁଷୁରୀଟି ଜୋରରେ ଛଟପଟ ହୋଇଥିଲା। ସେ ଏକ କପଡ଼ାରେ ଘୁଷୁରୀର ଆଗ ଗୋଡ଼ ଦୁଇଟିକୁ ବାନ୍ଧି ଦେଇଥିଲେ। ତା’ପରେ ସେ ଘୁଷୁରୀର ପେଟ ଚିରି ତା’ ଅନ୍ତବୁଜୁଳା ବାହାର କରି ଦେଇଥିଲେ। ଏହା ପରେ ଅନ୍ୟ ଜଣେ କଳାକାର ପାଟି ଲଗାଇ ଘୁଷୁରୀ ପେଟ ଭିତରୁ କିଛି ଅଂଶ ଟାଣି ଆଣି ତାକୁ ଚୋବାଉଥିବା ଦେଖିବାକୁ ମିଳିଥିଲା। ଏମିତି କିଛି ସମୟ ଧରି ଏ ପ୍ରକାର ଦୃଶ୍ୟ ସେଠାରେ ଦେଖିବାକୁ ମିଳିଥିଲା। କିନ୍ତୁ ଉପସ୍ଥିତ ଦର୍ଶକମାନେ ଏହାକୁ ବିରୋଧ କରିବା ଦେଖିବାକୁ ମିଳି ନଥିଲା।

ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ସହିତ ପ୍ରାଣୀଧନ ପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ପୁଲିସ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

Odisha Police Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe