Advertisment

ଚା’ ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ; କାଳ ହେଲା ବାକି ଟଙ୍କା ମାଗିବା

ଗତ ୨୪ ତାରିଖରେ ତାମ୍ବିଙ୍କ ଦରପୋଡା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା।

author-image
Tapaswini Nayak
Tea seller

Tea seller

ଜୟପୁର ସହରର ବହୁଚର୍ଚ୍ଚିତ ଚା’ ଦୋକାନୀ ତାମ୍ବି ଆୟରଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କୋରାପୁଟ ପୁଲିସ। ବାକି ଟଙ୍କା ମାଗିବାରୁ ଚା’ ଦୋକାନୀ ତାମ୍ବିଙ୍କୁ ଅତି ବିଶ୍ୱାସଯୋଗ୍ୟ ଯୁବକ ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ କହିଛି।

Advertisment

ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ଯୁବକ ଘରେ ତାଲା ମାରି ଫେରାର ହୋଇଯାଇଥିଲା। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ବି.ସିଂହପୂର୍ ଥାନା ରଣସପୂର ଗାଁର ସୁଦାମ ନାୟକ।ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। 

ଜୟପୁର ପୁରୁଣା ମେଡିକାଲ ଛକର ତାମ୍ବିଙ୍କ ଚା’ ଦୋକାନ ଥିଲା। କିଛି ଦିନ ହେଲା ହେଲା ଏହି ଚା’ ଦୋକାନ ବନ୍ଦ ରହିଥିଲା। ଏହାସହ ତାମ୍ବିଙ୍କର କୌଣସି ଦେଖା ମିଳୁନଥିଲା। ଗତ ୨୪ ତାରିଖରେ ତାମ୍ବିଙ୍କ ଦରପୋଡା ମୃତଦେହ ପାର୍କଲାଇନ ସ୍ଥିତ ସାତଭଉଣୀ ମନ୍ଦିର ଗଳି ଘରୁ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାସହ ଘଟଣାର ତଦନ୍ତ କରିଥିଲା। ପରେ ହତ୍ୟାକାଣ୍ଡ ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।

Advertisment
Koraput