Advertisment

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ; ଗିରଫଦାରୀ ସଂଖ୍ୟା ୨୪କୁ ବୃଦ୍ଧି

ବିଶ୍ୱରଂଜନଙ୍କୁ ମିଶାଇ ଏହି ଘଟଣାରେ ମୋଟ ୨୪ ଜଣଙ୍କୁ ଗିରଫ କରାଯାଇସାରିଲାଣି।

ଅଦ୍ୟତନ ହୋଇଛି
Accused

Accused

Advertisment

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାପି ଓରଫ ବିଶ୍ୱରଂଜନ କହଁରଙ୍କୁ ଗିରଫ କରାଯାଇଛି। ପୁଲିସ ଫୁଲବାଣୀ ସହରରୁ ତାଙ୍କୁ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ DSP କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ବିଶ୍ୱରଂଜନ ଫିରିଙ୍ଗିଆର ପୂର୍ବତନ ସରପଞ୍ଚ ଥିଲେ।

Advertisment

ବିଶ୍ୱରଂଜନଙ୍କୁ ମିଶାଇ ଏହି ଘଟଣାରେ ମୋଟ ୨୪ ଜଣଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ DSP କହିଛନ୍ତି। ବିଶ୍ୱରଞ୍ଜନ ଲୋକଙ୍କୁ ଉସୁକାଇ ଏହି କାଣ୍ଡ ଭିଆଇଥିବା ନେଇ ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ଗଞ୍ଜେଇ ଚାଲାଣରେ ପୁଲିସର ସଂପୃକ୍ତି ଅଭିଯୋଗ ଆଣି ଲୋକେ ରାସ୍ତାରୋକ କରିଥିଲେ। ଏହି ଘଟଣାରେ ଫିରିଙ୍ଗିଆ ଥାନାର ନିଲମ୍ବିତ ଆଇଆଇସି ଓ କାର୍ଯ୍ୟରୁ ଅନ୍ତର ହୋଇଥିବା ଦୁଇ କନଷ୍ଟେବଲଙ୍କ ସଂପୃକ୍ତି ଥିବା ଲୋକେ ଅଭିଯୋଗ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ପରେ ଫୁଲବାଣୀ ଏସ୍‌ଡିପିଓ ସେମାନଙ୍କୁ ବୁଝାସୁଝା କରିବାକୁ ପହଞ୍ଚିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା କରିଥିଲେ। ଏସ୍‌ଡିପିଓଙ୍କ ସେମତ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ଲୋକେ ଆକ୍ରମଣ କରିଥିଲେ। ଏପରିକି ଥାନାରେ ପଶି ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭାଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।

Advertisment

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇ ଚୟ ସୃଷ୍ଟି ହୋଇଥିଲା। ପରେ କନ୍ଧମାଳ ଏସପି ଆଇଆଇସି ତପନ କୁମାର ନାହାକଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲେ। ସେହିପରି ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରିଥିଲେ। ପରେ ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଥିଲେ ଡିଜିପି। ହିଂସାକାଣ୍ଡ ବେଳେ ଥାନା ଛାଡ଼ି ପଳାଇବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିଲା।

Odisha Police Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe