Advertisment

ଜାଲ ନୋଟ୍‌ ଦେଇ ଜିନିଷ କିଣୁଥିଲେ, ମାଡ଼ି ବସିଲା ପୁଲିସ

ଗତକାଲି କାହ୍ନା ମହାପାତ୍ର ନକଲି ଦେଇ ବଜାରରୁ ଜିନିଷ କିଣୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fake Note

Fake Note

ଜାଲ ନୋଟ୍‌ ଦେଇ ଜିନିଷ କିଣୁଥିଲେ। ଭାବିଥିଲେ କେହି ଜାଣିପାରିବେ ନାହିଁ। ଦୋକାନୀ ଜାଲ ନୋଟ ଦେଖି ପୁଲିସକୁ ଖବର ଦେବା ପରେ ଧରାପଡ଼ିଲେ ଅଭିଯୁକ୍ତ। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ବୋର୍ଡା ଅଞ୍ଚଳରେ। ୩ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ସେମାନେ ହେଲେ ବୋର୍ଡା ଗ୍ରାମର କାହ୍ନା ମହାପାତ୍ର, ରଜନାପୁର ଗ୍ରାମର ମଣ୍ଡୁ ଚନ୍ଦନ ଓ କୁସୁମସିଲ ଗ୍ରାମର ସନ୍ତୋଷ ଭୋଇ

Advertisment

ଗତକାଲି କାହ୍ନା ମହାପାତ୍ର ନକଲି ଦେଇ ବଜାରରୁ ଜିନିଷ କିଣୁଥିଲେ। ଦୋକାନୀ ଜାଲ ନୋଟ୍‌ ଦେଖି ପୁଲିସକୁ ଖବର ଦେଇଥିଲା। ପୁଲିସ ପହଞ୍ଚି କହ୍ନାକୁ ଗିରଫ କରିଥିଲା। ପରେ କାହ୍ନାକୁ ପୁଲିସ ପଚରାଉଚରା କରିଥିଲା। ଏହି ଘଟଣାରେ ମଣ୍ଡୁ ଚନ୍ଦନ ଓ ସନ୍ତୋଷ ଭୋଇ ସାମିଲ ଥିବା ପୁଲିସ ଆଗରେ  କହିଥିଲା କାହ୍ନା।

ପୁଲିସ ଚଢ଼ାଉ କରି ମଣ୍ଡୁ ଚନ୍ଦନ ଓ ସନ୍ତୋଷ ଭୋଇକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଏକ ନୋଟ୍ ଛପା ପ୍ରିଣ୍ଟିଂ ମେସିନ , ୭ ହଜାର ୩ଶହ ଟଙ୍କାର ଜାଲନୋଟ, ପେପର୍ କଟର୍ , ଜାଲ୍ ନୋଟ୍ ଛପା କାଗଜ ବଣ୍ଡଲ ଓ ଜାଲନୋଟ ଜବତ କରିଥିଲା। ଏହି ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରି ପୁଲିସ।

Advertisment
Kalahandi