ଭୁବନେଶ୍ୱରରେ ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ମାଲିଙ୍ଗା ।
ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ଥିବା ଓୟୋ ହୋଟେଲ ମାଲିକ ସାଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମାଲିଙ୍ଗା ଓ ତାର କିଛି ସହଯୋଗୀ। ମାଲିଙ୍ଗା ଓ ତାର କିଛି ସହଯୋଗୀ ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ।
Also Read
ଏହାପରେ ଉପର ମହଲାରୁ ତଳକୁ ଠେଲି ଦେଇଥିଲେ। ପରେ ଘଟଣାସ୍ଥଳରୁ ଜମ୍ପଟ ମାରିଥିଲେ। ସାଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ସାଜନଙ୍କ ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ମାଲିଙ୍ଗାକୁ ଗିରଫ କରିଛି। ଏହାସହ ପୁଲିସ ମାଲିଙ୍ଗାର ସହଯୋଗୀକୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକା ପତ୍ନୀର ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ବି ଦୁଷ୍କର୍ମ: ବମ୍ବେ ହାଇକୋର୍ଟ
ଜଣେ ଯୁବତୀ ସ୍ୱାମୀଙ୍କ ବିରୁଦ୍ଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ।
Crime
ମା’ ପାଲଟିଗଲା ପଥର; ଛୁଆଙ୍କୁ ଚେଙ୍କ ଦେଲା ପ୍ରେମିକ
ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଇ ଚାଲିଲା ତାଙ୍କ ପ୍ରେମିକ ।
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Crime
ରାଜଧାନୀରେ ଉତ୍ପାତ କରୁଛନ୍ତି ଚେନ୍ ଲୁଟେରା
ଦୁର୍ବୃତ୍ତ ସିନା ସୁନା ଚେନ୍ ନେଇ ପାରିଲେନାହିଁ, କିନ୍ତୁ ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ମାଟିରେ ମାଡ଼ ହୋଇଯାଇଥିଲା। ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
Crime
ସପ୍ତମ ପାସ୍ରେ ଆୟୁର୍ବେଦିକ ଡାକ୍ତର, କରୁଥିଲେ ପାଇଲ୍ସ ଅପରେସନ
କେହି ଜଣେ ବି ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା।