Advertisment

ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ; ମାଷ୍ଟର ମାଇଣ୍ଡ ଗିରଫ

ପୁଲିସ ମାଲିଙ୍ଗାର ସହଯୋଗୀକୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି।

Arrest

Arrest

Advertisment

ଭୁବନେଶ୍ୱରରେ ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ମାଲିଙ୍ଗା ।

Advertisment

ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ଥିବା ଓୟୋ ହୋଟେଲ ମାଲିକ ସାଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମାଲିଙ୍ଗା ଓ ତାର କିଛି ସହଯୋଗୀ। ମାଲିଙ୍ଗା ଓ ତାର କିଛି ସହଯୋଗୀ ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ।

ଏହାପରେ ଉପର ମହଲାରୁ ତଳକୁ ଠେଲି ଦେଇଥିଲେ। ପରେ ଘଟଣାସ୍ଥଳରୁ ଜମ୍ପଟ ମାରିଥିଲେ। ସାଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ସାଜନଙ୍କ ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ମାଲିଙ୍ଗାକୁ ଗିରଫ କରିଛି। ଏହାସହ  ପୁଲିସ ମାଲିଙ୍ଗାର ସହଯୋଗୀକୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe