Advertisment

କୋବି ଚୋରି ପାଇଁ ମାଆକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ଘଟଣା; ଅଭିଯୁକ୍ତ ପୁଅ ଗିରଫ

ଗତକାଲି ପୁଲିସ ଶତ୍ରୁଘ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Arrested

Arrested

କୋବି ଚୋରି ଅଭିଯୋଗରେ ଜନ୍ମ କଲା ମାଆକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଅଭିଯୋଗରେ ବନ୍ଧା ହେଲା ନିଷ୍ଠୁର ପୁଅ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରାଶପଶି ଗାଁରେ। ଅଭିଯୁକ୍ତ ଜଣକ ହେଲେ ଶତ୍ରୁଘ୍ନ ମହନ୍ତ। ଆହତ ବୃଦ୍ଧା ସୁଭଦ୍ରା ମହାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଶତ୍ରୁଘ୍ନ ନିଜ ବାଡ଼ିରେ କୋବି ଚାଷ କରିଛନ୍ତି। କିଛିଦିନ ତଳେ ତାଙ୍କ ବାଡ଼ିରରୁ କିଏ ଗୋଟିଏ କୋବି ଚୋରି କରି ନେଇଥିଲା। ଏନେଇ ଶତ୍ରୁଘ୍ନ ନିଜ ମା’ଙ୍କୁ ସନ୍ଦେହ କରିଥିଲେ। ଏନେଇ ନିଜ ମା’ ଉପରେ ପାଟିତୁଣ୍ଡ କରିଥିଲେ। ବୁଧବାର ଓ ଗୁରୁବାର ୨ଦିନ ଧରି ନିଜ ମା’ଙ୍କୁ ମାରଧର କରିଥିଲେ। ତେବେ ଏତିକିରେ ନିଷ୍ଠୁର ପୁଅର ମନ ଶାନ୍ତି ହୋଇନଥିଲା। ଗତ ଶୁକ୍ରବାର ମା' ଙ୍କୁ ଘରୁ ଘୋଷାଡି ଆଣି ତାଙ୍କ ହାତ ଗୋଡ ବାନ୍ଧି ବାହାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପକାଇ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା ନିଷ୍ଠୁର ପୁଅ। ଏହି ଅମାନବୀୟ ଦୃଶ୍ୟ ଦେଖି ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ। ସେମାନଙ୍କୁ ମଧ୍ୟ ଛାଡ଼ି ନଥିଲା ଶତ୍ରୁଘ୍ନ। ଗ୍ରାମବାସୀ ଗାଳିଗୁଲଜ କରିଥିଲା। ଏନେଇ ଗ୍ରାମବାସୀ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ନିଜ ଆଡୁ ମାମଲା ରୁଜୁ ଥିଲା। ଗତକାଲି ପୁଲିସ ଶତ୍ରୁଘ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଭଦ୍ରାଙ୍କ ସ୍ୱାମୀ ବୁଟୁରାମ ମହାନ୍ତ ୧୦ ବର୍ଷ ତଳେ ତାଙ୍କୁର ମୃତ୍ୟୁ ଘଟିଥିଲା। ୨ପୁଅ ଓ ବୋହୂଙ୍କ ସହ ରହିଆସୁଥିଲେ ସୁଭଦ୍ରା। ବଡପୁଅ କରୁଣା ମଧ୍ୟ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ବଡ ବୋହୂଙ୍କ ସହ ରହି ଆସୁଛନ୍ତି ସୁଭଦ୍ରା । ସାନ ପୁଅ ଶତ୍ରୁଘ୍ନ ନିଜ ପରିବାର ସହ ଅଲଗା ହୋଇଯାଇଥିଲା।

Advertisment
Kendujhar