/odisha-reporter/media/post_attachments/uploadimage/library/16_9/16_9_0/Arrested_1735007870.jpg)
Arrested
ପୁଲିସକୁ ମିଳିଛି ବଡ଼ ସଫଳତା। ହାର୍ଡକୋର ନକ୍ସଲଙ୍କୁ ବାନ୍ଧିଲା ପୁଲିସ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
Advertisment
ପ୍ରଭାକର ୪୦ ବର୍ଷ ଧରି ନକ୍ସଲ ସଂଗ୍ରଠନରେ କାମ କରୁଥିଲେ। ଏଥିସହ ପ୍ରଭାକରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି।
ପ୍ରଭାକରଙ୍କ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗତକାଲି ପୁଲିସ ପ୍ରଭାକରଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
