Advertisment

‘ସୁଭଦ୍ରା’ ପାଇଁ ଅଙ୍ଗନୱାଡ଼ି ଦିଦିଙ୍କୁ ମାଡ଼; ୩ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବାଲିଆପାଳ ବ୍ଲକ୍‌ କୁଣ୍ଡୁଳି ପଞ୍ଚାୟତ ମହାପଦା ଅଙ୍ଗନୱାଡ଼ି ଦିଦି ଉର୍ମିଳା ସାମଲ ‘ସୁଭଦ୍ରା’ ଯୋଜନା ପାଇଁ ଗାଁରେ ଶୋଭାଯାତ୍ରା କରିଥିଲେ।

Balasore

Balasore

Advertisment

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ‘ସୁଭଦ୍ରା’ ପାଇଁ ଶୋଭାଯାତ୍ରା କରିବାରୁ ବାଲେଶ୍ୱର ଜିଲ୍ଲାରେ ଅଙ୍ଗନୱାଡ଼ି ଦିଦିଙ୍କୁ ମାଡ଼ ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କେତେକ ମହିଳା ନେତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଆଜି ୩ ଜଣ ମହିଳାଙ୍କୁ ଗିରଫ କରିଛି। ମାଡ଼ ମାରିଥିବା ଅନ୍ୟ ମହିଳାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Advertisment

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବାଲିଆପାଳ ବ୍ଲକ୍‌ କୁଣ୍ଡୁଳି ପଞ୍ଚାୟତ ମହାପଦା ଅଙ୍ଗନୱାଡ଼ି ଦିଦି ଉର୍ମିଳା ସାମଲ ‘ସୁଭଦ୍ରା’ ଯୋଜନା ପାଇଁ ଗାଁରେ ଶୋଭାଯାତ୍ରା କରିଥିଲେ। ସେହି ସମୟରେ ଗାଁର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମହିଳାମାନେ ଅଙ୍ଗନୱାଡ଼ି ଦିଦି ଉର୍ମିଳା ସାମଲଙ୍କୁ ବିରୋଧ କରିଥିଲେ। ତା’ପରଠାରୁ ଗାଁର କିଛି ମହିଳାଙ୍କ ସହିତ ଅଙ୍ଗନୱାଡ଼ି ଦିଦିଙ୍କର ତିକ୍ତତା ଲାଗି ରହିଥିଲା। ତେବେ ୧୯ ତାରିଖରେ ଅଙ୍ଗନୱାଡ଼ି ଦିଦି କେନ୍ଦ୍ରରେ ନିଜର କାମ କରୁଥିଲେ। ଠିକ୍‌ ସେହି ସମୟରେ ଗାଁର କିଛି ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି ଉର୍ମିଳାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏକ ଗଛରେ ବାନ୍ଧି ଦେଇ ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ମହାପଦା ଗାଁରେ ପହଞ୍ଚିଥିଲେ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଓ କିଛି ଅଙ୍ଗନୱାଡ଼ି କର୍ମୀ। ମହିଳାଙ୍କୁ ବୁଝାସୁଝା କରିବା ସହିତ ଉର୍ମିଳାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୩ ଜଣ ମହିଳାଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ଅଙ୍ଗନୱାଡି ଦିଦିଙ୍କୁ ମାଡ଼ ଘଟଣାକୁ ଗୁରୁତର ସହ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ବାଲେଶ୍ୱର ଘଟଣାରେ ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ ହେବ। ଦଳମତ ନିର୍ବିଶେଷରେ ‘ସୁଭଦ୍ରା’ ଯୋଜନା ଦିଆଯାଇଛି। ଏଥିରେ ଯଦି କାହାକୁ ପୀଡା ହେଉଛି ସରକାର ନିଷ୍ପତ୍ତି ନେବେ। ମନ୍ଦ ଉଦ୍ଦେଶ୍ୟ ରଖି କିଛି ଲୋକ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe