Advertisment

ଧୂର୍ତ୍ତ ASI: ଗ୍ରାମରକ୍ଷୀଙ୍କୁ ଫସାଇ ଭିଜିଲାନ୍ସ ପଞ୍ଝାରୁ ମାରିଲେ ଚମ୍ପଟ

ଭିଜିଲାନ୍ସ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଅଟକ ରଖିବା ସହ ASIଙ୍କୁ ଖୋଜୁଛି ଭିଜିଲାନ୍ସ।

author-image
Tapaswini Nayak
ଅଦ୍ୟତନ ହୋଇଛି
Vigilance  Raid

Vigilance Raid

ମହାଧୂର୍ତ୍ତ ASI। ଗ୍ରାମରକ୍ଷୀଙ୍କ ହାତରେ ଲାଞ୍ଚ ଟଙ୍କା ଧରାଇ ଭିଜିଲାନ୍ସ ପଞ୍ଝାରୁ ମାରିଲେ ଚମ୍ପଟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ASI ମୁକୁନ୍ଦ ଖେମୁଣ୍ଡୁଙ୍କୁ ଖୋଜୁଛି ଭିଜିଲାନ୍ସ। ଭିଜିଲାନ୍ସ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗୋଇରାପଦର ଗାଁର ପ୍ରଭା ପୂଜାରିଙ୍କର ଏକ ମାମଲା ଜୁନାଭଡ଼ ଥାନାରେ ଚାଲିଥିଲା। ଏହି ମାମଲାକୁ ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ମାଧ୍ୟମରେ ଜୁନାଗଡ଼ ASI ୩୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଭା ଏନେଇ ଭିଜିଲାନ୍ସକୁ ଅବଗତ କରିଥିଲେ।

ଗତକାଲି ରାତିରେ ପ୍ରଭା ଥାନାରେ ପହଞ୍ଚି ASIଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ଗ୍ରାମରକ୍ଷୀ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଧୂର୍ତ୍ତ ASI ସଙ୍ଗେ ସଙ୍ଗେ ଏହି ଲାଞ୍ଚ ଟଙ୍କାକୁ ଗ୍ରାମରକ୍ଷୀଙ୍କ ହାତରେ ଧରାଇ ଦେଇ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ଗ୍ରାମରକ୍ଷୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ASIଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ଭିଜିଲାନ୍ସ।

Advertisment
Vigilance Raid Kalahandi